ସାହା ହେଲା ପ୍ରଶାସନ, ଦୀପକଙ୍କ ପରିବାରକୁ ମିଳିଲା ଆର୍ଥିକ ସହାୟତା
17/11/2023 at 4:06 PM

ସାଲେପୁର ୧୭/୧୧: ଖବର ବାଜିଲା ପ୍ରଭାବ ପଡିଲା । ସାହାଯ୍ୟ ସହଯୋଗ ପାଇଁ ଦୀପକଙ୍କ ଘରେ ପହଞ୍ଚିଲେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା । ଆଜି ହେଉଛି ମୃତ ଦୀପକ ଏକାଦଶାହ । ବିଧାୟକ ପ୍ରଶାନ୍ତ ବେହେରା ଦୀପକ୍ ଘରେ ପହଞ୍ଚି ଶୁଦ୍ଧି କ୍ରିୟା ପାଇଁ କିଛି ଆର୍ଥିକ ସାହାଯ୍ୟ ସହିତ ଝିଅ ପାଇଁ ପାଠପଢ଼ା ସହିତ ସାଇକେଲ ଓ ସରକାରୀ ସ୍ତରରେ ଯାହା ସାହାଯ୍ୟ ସହଯୋଗ ହୋଇପାରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ସୂଚନା ଥାଉକି, ସାଲେପୁର ବ୍ଲକ୍ ରାଇସୁଙ୍ଗୁଡା ପଞ୍ଚାୟତର ଧୁଆଁ ସାହି ଗ୍ରାମର ଦିନ ମଜୁରିଆ ଦୀପକ ମିଶ୍ରଙ୍କ ବିଦ୍ୟୁତ ଆଘାତରେ ଗତ ୭ ତାରିଖରେ ଦିନ ଅକାଳ ବିୟୋଗ ହୋଇଥିଲା । ଘରେ ଦିବ୍ୟାଙ୍ଗ ବୃଦ୍ଧ ବାପା ରୋଗିଣା ମା ଓ ୧୩ ବର୍ଷର ଝିଅକୁ ନେଇ ଅସହାୟ ହୋଇପଡ଼ିଥିଲେ ସ୍ତ୍ରୀ ମଧୁସ୍ମିତା । ମଧୁସ୍ମିତାଙ୍କ କାନ୍ଧରେ ସଂପୂର୍ଣ୍ଣ ପରିବାରର ବୋଝ ପଡିଥିଲା । ଏମିତିକି ଶୁଦ୍ଧିକ୍ରିୟା ପାଇଁ ଏବେ ପୁରା ଅକ୍ଷମ ହୋଇପଡ଼ିଥିଲେ । ହେଲେ ଏବେ ପ୍ରଶାସନ ଶୁଣିଛି ଦୁଃଖ । ସହାୟତା କରିବାକୁ ଆସିଛି ଆଗେଇ ।
you can also read….