Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

‘ସ୍ମାର୍ଟ କାର୍ଡ’ ବାଣ୍ଟିଲେ କଟକ ସଦର ବିଧାୟକ, ଉପକୃତ ହେବେ ହଜାର ହଜାର ହିତାଧିକାରୀ

17/12/2021 at 10:35 AM

ସାଲେପୁର,୧୭/୧୨:  କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡର ଶୁଭାରମ୍ଭ । କଟକ କିଲ୍ଲା ପଡିଆରେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନାର ଶୁଭାରମ୍ଭ କରିଥିଲେ । ଏବେ ଜିଲ୍ଲାର ସାଲେପୁରରେ କାର୍ଡ ବଣ୍ଟନ କରିଛନ୍ତି ବିଧାୟକ ଚନ୍ଦ୍ରସାରଥୀ ବେହେରା ।

କଟକସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଚନ୍ଦ୍ରସାରଥୀ ବେହେରା ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସ୍ମାର୍ଟ କାର୍ଡ ହିତାଧିକାରୀମାନଙ୍କୁ ବଣ୍ଟନ କରିଛନ୍ତି। ଏହାକୁ ନେଇ ସେ କହିଛନ୍ତି ଯେ, ଗରିବ ଜନ ସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟସ୍ମାର୍ଟ କାର୍ଡ ଯୋଜନା ସଂଜୀବନୀ ସଦୃଶ୍ୟ ଅଟେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବ୍ଲକ ସଭାପତି ପ୍ରମୋଦ ମହାପାତ୍ର, ସଦର ବ୍ଲକ ଉପାଧ୍ୟକ୍ଷ ବିଭୁତି ପରିଡା, କଟକ ସଦର ବିଡିଓ ଉପସ୍ଥିତ ରହିଥିଲେ।

   Related Posts