ଉମରକୋଟ ସହରରେ ବିକ୍ରି କର ଓ ଜିଏସ୍‌ଟି ବିଭାଗ ପକ୍ଷରୁ ରେଡ୍, ୭ଟି ଟିମ୍ ଚଢାଉରେ ସାମିଲ

Published By : Prameya-News7 Bureau | July 04, 2022 IST

ଉମରକୋଟ ୪।୭: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ବିଭିନ୍ନ ସ୍ଥାନରେ ବିକ୍ରି କର ଓ GST ବିଭାଗ ପକ୍ଷରୁ ରେଡ୍ ଚାଲିଛି । ସହରର ଦେବୀଚାନ୍ଦ ବିର୍ବଲ୍ ଷ୍ଟୋର, ଜୟ ଦୁର୍ଗା ବୁକ୍ ମାର୍ଟ, ମା’ ଭବାନୀ ବୁକ୍ ଷ୍ଟୋର, ନିର୍ମଳା ଏଣ୍ଟର ପ୍ରାୟସିସର ୪ଟି ଫାର୍ମ ସହିତ ସେମାନଙ୍କ ବାସଭବନ ଓ ଗୋଦାମରେ ବିକ୍ରି କର ବିଭାଗ ତରଫରୁ ଚଢାଉ ଚାଲିଛି ।

{"id":651508,"width":839,"height":461,"sizeSlug":"full","linkDestination":"none"}

ଏହି ଚଢାଉରେ ଭବାନୀପାଟଣା ଓ ବଲାଙ୍ଗିର GST ବିଭାଗର ଡେପୁଟି କମିଶନର ସମୀର କୁମାର ମାଝୀଙ୍କ ନେତୃତ୍ବରେ ୭ଟି ଟିମ୍ ରେ ୧୭ଜଣ ଅଫିସରଙ୍କ ସହ ଅନ୍ୟ କର୍ମଚାରୀ ଏବଂ ନବରଙ୍ଗପୁର ପୋଲିସ କର୍ମଚାରୀ ଭାଗ ନେଇଛନ୍ତି ।

{"id":651509,"width":839,"height":461,"sizeSlug":"full","linkDestination":"none"}

ବର୍ତ୍ତମାନ ଚଢାଉ ଚାଲିଥିବାରୁ କେଉଁ ବ୍ୟବସାୟୀ କେତେ ପରିମାଣର GST ଠକେଇ କରିଛନ୍ତି ତାର ଆକଳନ ଚାଲିଛି । ସମସ୍ତ ଦସ୍ତାବିଜ୍ GST କାର୍ଯ୍ୟାଳୟ ନିଆଯିବ ଓ ପରେ ସେମାନଙ୍କୁ ସମନ କରାଯିବ ବୋଲି ଡେପୁଟି କମିଶନର ସମୀର କୁମାର ମାଝୀ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.