ଓଏଲ୍ଏକ୍ସରେ ବିକ୍ରି ହୋଇଥିହା ହତ୍ୟାକାଣ୍ଡରେ ବ୍ୟବହୃତ ଗାଡି- ଏବେ ପୁଲିସ୍ ସ୍କାନରରେ
20/02/2020 at 6:48 PM

ସୁନ୍ଦରଗଡ ୨୦।୦୨ -ଛତିଶଗଡ଼ରେ ୨୦୧୬ ହୋଇଥିବା ଡବଲ ମର୍ଡର ଘଟଣାର ସବୁ ଲିଙ୍କ ଯୋଡିବାକୁ ଚେଷ୍ଟା କରୁଛି ପୋଲିସ । ପୂର୍ବତନ ବିଧାୟକ ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭରକୁ ଛତିଶଗଡ ପୋଲିସ ଗିରଫ କରିଛି । ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଏବଂ ଲୁହା ରଡକୁ ଜବତ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ଅନ୍ୟପଟେ ହତ୍ୟାକାଣ୍ଡ ର ପୂର୍ବଦିନ ମୃତ କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ ଝାରସୁଗୁଡା ର ଏକ ହୋଟେଲ ରଖିଥିବା ରାୟଗଡ ପୋଲିସ ନିକଟରେ ଠୋସ ପ୍ରମାଣ ଲାଗିଛି ।
ଡବଲ ମର୍ଡର ଘଟଣାରେ ଅନୁପଙ୍କ ଲିଙ୍କ୍ ତାଡ଼ିବାରେ ଲାଗିଛି ଛତିଶଗଡ଼ ପୋଲିସ। ମର୍ଡରରେ ବ୍ୟବହାର କରାଯାଇଥିଲା ଦୁଇଟି ଗାଡ଼ି ମଧ୍ୟରୁ ଇନୋଭାର ପତ୍ତା ମିଳିସାରିଛି । ବୋଲେରୋକୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଥରେ ନୁହେଁ, ହତ୍ୟାକାଣ୍ଡ ପରେ ବୋଲେରୋ ତିନି ତିନି ଥର କିଣାବିକା ହୋଇଥିବା ପ୍ରମାଣ ମିଳିଛି । ୨୦୧୬ ମସିହା ମେ ୭ରେ କଳ୍ପନା ଦାସ ଓ ଝିଅ ବବଲିଙ୍କୁ ହତ୍ୟା କରାଯାଇଥିଲା । ଏହାର ମାତ୍ର କିଛି ମାସ ପୂର୍ବରୁ ସମ୍ପର୍କୀୟ ସୁନୀଲ କୁମାର ସାଏଦେଓଙ୍କୁ ଗାଡି଼ ବିକ୍ରି ହୋଇଥିଲା। ପାଖାପାଖି ବର୍ଷକ ପରେ ସୁନୀଲ ସାଏଦେଓ ବୋଲେରୋଟିକୁ ବିକ୍ରି କରି ଦେଇଥିଲେ ଟିଟିଲାଗଡ଼ର ସୁନୀଲ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କୁ । ଚାଞ୍ଚଲ୍ୟକର ତଥ୍ୟ ହେଲା OLXରେ ମାତ୍ର ୨ ଲକ୍ଷ ୪୦ ହଜାର ଟଙ୍କାରେ କିଣିବାର ଆଠ ଦିନ ପରେ ବୋଲେରୋଟିକୁ ରାୟପୁରର ଆଉ ଜଣକୁ ବିକ୍ରି କରିଦେଇଥିଲେ ସୁନୀଲ ଆଚାର୍ଯ୍ୟ । ଏବେ ବୋଲେରୋଟି ଗୁଜରାଟରେ ଥିବା କୁହାଯାଉଛି । ସବୁଠୁ ସାଂଘାତିକ କଥା ହେଲା, ତିନି ତିନି ଥର କିଣାବିକା ପରେ ବି ଗାଡ଼ିର ମାଲିକାନା ଏବେ ବି ସୁନୀଲ ସାଏଦେଓଙ୍କ ନାଁରେ ରହିଛି । ବୋଲେରୋ ଗାଡି ର ଦ୍ବିତୀୟ ମାଲିକ ଗତକାଲି ଚକ୍ରଧର ନଗର ଥାନା ପହଞ୍ଚି କାଗଜପତ୍ର ଜମା କରିବା ସହ ନିଜର ବୟାନ ରେକର୍ଡ କରିଛନ୍ତି । ଅନ୍ୟପଟେ ହତ୍ୟାକାଣ୍ଡ ରେ ବ୍ୟବହାର କରାଯାଇଥିବା ଗାଡି ଛତିଶଗଡ଼ ପୋଲିସ ର ସ୍କାନର ରେ ଥିବା ବେଳେ ନାରକୋ ଟେଷ୍ଟ ଉପରେ ଗୁରୁତ୍ୱ ଦେଉଛି ପୋଲିସ। ଯାହା ଉପରେ ଆଜି ଶୁଣାଣି ହେବାର ଥିଲା। ତେବେ ଏହାକୁ ଶନିବାରକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି କୋର୍ଟ।
ଏହି ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ପୋଲିସ ପଚରାଉଚରା ଜାରି ରଖିଥିବା ବେଳେ ଆଜି ସନ୍ଧ୍ୟାରେ ଡ୍ରାଇଭର ବର୍ଦ୍ଧନର ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ଜେଲ ପଠାଇ ଦିଆଯାଇଛି।