କାର୍ଯ୍ୟରେ ଅବହେଳା ହେତୁ ଜିଲ୍ଲାପାଳଙ୍କ ଆକ୍ସନ, ୩୦ କର୍ମଚାରୀଙ୍କ ଦରମା ବନ୍ଦ୍

Published By : Prameya-News7 Bureau | September 02, 2022 IST

ରାୟଗଡା ୦୨/୦୯: ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ ଅଧିନରେ ଥିବା ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି । ଜିଲ୍ଲାପାଳ ସ୍ବଧା ଦେବ ସିଂ ଏହି ପଦକ୍ଷେପ ନେଇଛନ୍ତି । ତହସିଲଦାରଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି ।

ଅଫିସ କାଗଜ ପତ୍ର ଠିକ ନଥିବା ଓ ଲୋକଙ୍କୁ ଠିକ ସମୟରେ ସେବା ପ୍ରଦାନ କରୁନଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗତ ୨୨ ତାରିଖରେ ଜିଲ୍ଲାପାଳ କାଶୀପୁର ତହସିଲ କାର୍ଯ୍ୟାଳୟ ନୀରିକ୍ଷଣ ପାଇଁ ଯାଇଥିଲେ । ନୀରିକ୍ଷଣ ସମୟରେ ଅନେକ କାମ ଶେଷ ହୋଇନଥିବା ନଜରକୁ ଆସିଥିଲା ।

ଏଭଳିକି ଲୋକେ ନିଜର ଡକ୍ୟୁମେଣ୍ଟ ପାଇଁ ଆବେଦନ କରି ବହୁ ଦିନରୁ ଅପେକ୍ଷା କରିଥିବା ସୂଚନା ମିଳିଥିଲା । ଏହାପରେ ଜିଲ୍ଲାପାଳ ସ୍ବଧା ଦେବ ସିଂ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି ପତ୍ର ଲେଖି ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.