scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲେବଲ୍‌-୯ ଅନୁସାରେ ଦରମା ବୃଦ୍ଧି ଦାବି; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ସଂଘର ଧାରଣା

1/06/2023 at 5:07 PM

ଭଦ୍ରକ ୦୧/୦୬: ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସମୂହ ଛୁଟି ଓ ଶାନ୍ତିପୂର୍ଣ୍ଣ ଧାରଣା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏପରି ଚିତ୍ର ସାମ୍ନାକୁ ଆସିଛି। ଦରମା ବଢ଼ିବା ଦାବି ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଅମଲାମାନେ ଦାବିପତ୍ର ଦେଇଥିଲେ। କିନ୍ତୁ ସରକାଙ୍କ ଠାରୁ କୌଣସି ସୁଫଳ ନମିଳିବାରୁ ବିଭିନ୍ନ ବିଭାଗର କର୍ମଚାରୀମାନେ କଳା ବ୍ୟାଚ୍ ପରିଧାନ କରି କାର୍ଯ୍ୟ କରୁଥିଲେ।

ସରକାରଙ୍କୁ ଚେତାବନୀ ପରେ ନଶୁଣିବାରୁ ଗୁରୁବାର ଠାରୁ ଅମଲାମାନେ ସମୂହ ଛୁଟି ଓ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। ଜିଲ୍ଲାରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ୭୦୦ରୁ ଅଧିକ ଅମଲାମାନେ ଏଥିରେ ସାମିଲ ହୋଇଛନ୍ତି। ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଜିଲାସ୍ତରୀୟ କନିଷ୍ଠ ଅମଲାଙ୍କ ମୂଳ ଦରମା ୯,୩୦୦ ସହ ଗ୍ରେଡ୍‌ ପେ ୪୨୦୦ ଟଙ୍କା ବା ଲେଭଲ-୯ ଅନୁସାରେ ଦରମା ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଏପରି ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଅମଲା ସଂଘ ଚେତାବନୀ ଦେଇଛି।

ଏହା ମଧ୍ୟ ପଢ଼ନ୍ତୁ:~ ସିଡିପିଓଙ୍କ ଲାଞ୍ଚ ମାଗିବା ଅଡ଼ିଓ ଭାଇରାଲ୍‌; ରଫାଦଫା ପାଇଁ କ୍ୱାର୍ଟରକୁ ଡାକୁଛନ୍ତି ଅଧିକାରିଣୀ

   Related Posts