ପୁରୁଣା ସ୍ମୃତି: ବିଜୁ ବାବୁ ଡେଙ୍ଗା ଲୋକ ଥିଲେ ବୋଲି ସାଳନ୍ଦୀ ନିବାସ ପାଇଖାନା ଦୁଆରବନ୍ଧ ଉଚ୍ଚତା ବଢିଥିଲା

Published By : Prameya-News7 Bureau | January 17, 2019 IST

ଭଦ୍ରକ ୧୭|୧: ପାଇଖାନାର କବାଟର ବନ୍ଧ, ବିଜୁ ବାବୁଙ୍କ ମୁଣ୍ଡରେ ଲାଗିଲା । ବିଜୁ ବାବୁ କହିଲେ , କବାଟର ହାଇଟ ବଢାଇ ଦେବ । ଆଉ ତା ପରେ କାନ୍ଥକୁ ଭାଙ୍ଗି , ବନ୍ଧ ହାଇଟ କରାଗଲା । ଏମିତି କିଛି ସ୍ମୃତିକୁ ସାଇତି ରଖିଛନ୍ତି ଭଦ୍ରକ ସାଳନ୍ଦୀ ଆଇ.ବି.ର କର୍ମଚାରୀ ସୁଧୀର ପ୍ରଧାନ ।

{"id":75110}

ଭଦ୍ରକ ବାଇପାସରେ ଥିବା ସାଳନ୍ଦୀ ନିବାସରେ ଅନେକ ଥର ରହିଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ୧୯୯୦ରେ ବିଜୁ ବାବୁ ପୁଣି ମୂଖ୍ୟମନ୍ତ୍ରୀ ହେବା ପରେ , ଭଦ୍ରକ ଆସିଥିଲେ । ଆଉ ସେ ଭଦ୍ରକ ଆସିଲେ , ସାଳନ୍ଦୀ ନିବାସରେ ଟିକେ ବିଶ୍ରାମ ନିଅନ୍ତି । ବିଶ୍ରାମ ନେବା ସମୟରେ ବିଜୁ ବାବୁ ପାଇଖାନାକୁ ଯାଇଥିଲେ । ପାଇଖାନାର କବାଟ ବିଜୁ ବାବୁଙ୍କ ମୁଣ୍ଡରେ ବାଜିଥିଲା , ତବେ ସେ ବିରକ୍ତ ହୋଇ ନଥିଲେ । ବରଂ କହିଥିଲେ- ବନ୍ଧକୁ ଆଉ ଟିକେ ହାଇଟ୍ କରିଦେବ । ମୁଣ୍ଡ ନଇଁକି ସେ ପାଇଖାନାକୁ ଗଲେ । ବନ୍ଧକୁ  ହାଇଟ୍ କରିଦେବାକୁ କହି ଦେଇ, ବିଜୁ ବାବୁ ଭୁବନେଶ୍ବର ଚାଲିଗଲେ ।

{"id":75111}

ପୁଣି କିଛି ମାସ ପରେ ବିଜୁ ବାବୁ ଭଦ୍ରକ ଆସିଲେ , ଆଉ ସେହି ସାଳନ୍ଦୀ ନିବାସକୁ ବି ଗଲେ । ସତବେଳକୁ ସେ ପାଇଖାନା ବିଜୁ ବାବୁଙ୍କ ହାଇଟକୁ ଲକ୍ଷ କରି ତିଆରି ସରିଥିଲା । ବିଜୁ ବାବୁ ଖୁସି ହୋଇଥିଲେ । ସେତବଳେ ସେହି ଆଇବିରେ କାମ କରୁଥିବା ସୁଧୀର ପ୍ରଧାନ, ଏବେବି ଅଛନ୍ତି। ଏବେ ତାଙ୍କୁ ୭୨ବର୍ଷ ହେଲାଣି । ତବେ ସେ ଅବସର ପରେ, ପାର୍ଟ ଟାଇମ ଭାବେ ସେହି ଆଇବିରେ ହିଁ କାମ କରୁଛନ୍ତି ।

{"id":75112,"width":586,"height":490}

ବିଜୁ ବାବୁଙ୍କୁ ସେ ଅନେକ ଥର ନିଜ ହାତରେ ରୋଷଇେ କରି ଦେଇଛନ୍ତି। ବିଜୁ ବାବୁ ଭଦ୍ରକ ଆସିଲେ , ଚିକେନ୍ ଆଉ ଚିଙ୍ଗୁଡି ଖାଇବାକୁ ଅଧିକ ଭଲ ପାଆନ୍ତି ବୋଲି ସୁଧୀର କହନ୍ତି। 

{"id":75113,"width":572,"height":752}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.