‘ଆଦିପୁରୁଷ’ ଯୋଗୁଁ ସ୍ଥଗିତ ରହିଲା ‘ସାଲାର’ର ପ୍ରମୋଶନ, ଜାଣନ୍ତୁ ଦୁଇଟି ଫିଲ୍ମଟିରେ କଣ ରହିଛି କନେକ୍ସନ
17/02/2023 at 7:52 AM

ମୁମ୍ଵାଇ ୧୭।୦୨: ସାଉଥ ସୁପରଷ୍ଟାର ପ୍ରଭାସ। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସାଲାର’ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏହି ଫିଲ୍ମ ୨୮ ସେପ୍ଟେମ୍ବରରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମର ସୁଟିଂ ପ୍ରାୟ ଶେଷ ହୋଇଛି। ତେବେ ପ୍ରଭାସଙ୍କ ଫିଲ୍ମର କୌଣସି ଟିଜର କିମ୍ବା ଟ୍ରେଲର ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ। କିନ୍ତୁ, ଫିଲ୍ମ ସହ ଜଡିତ ଅନେକ ବିଟିଏସ୍ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରଭାସଙ୍କ ପ୍ରଶଂସକମାନେ ଫିଲ୍ମର ଟିଜର ରିଲିଜ କରିବାକୁ ଦାବି କରୁଛନ୍ତି। ଏଥି ସହିତ, ବର୍ତ୍ତମାନ ନିର୍ମାତା ଟିଜର ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ‘ଆଦିପୁରୁଷ’ ଯୋଗୁଁ ‘ସାଲାର’ର ପ୍ରମୋସନ ବନ୍ଦ ହୋଇଯାଇଛି। କହିବାକୁ ଗଲେ, ପ୍ରଭାସ ଉଭୟ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଭଳି ପରିସ୍ଥିତିରେ ସେ ‘ସାଲାର’ ଯୋଗୁଁ ‘ଆଦିପୁରୁଷ’ର ପ୍ରମୋସନରେ କିଛି ବି ଅସୁବିଧା ହେଉ। ଏହି କାରଣରୁ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେବା ପର୍ଯ୍ୟନ୍ତ ପ୍ରଭାସ ଫିଲ୍ମ ‘ସାଲାର’ର ପ୍ରମୋସନ କରିବାକୁ ମନା କରିଦେଇଛନ୍ତି।
ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ ଖୁବ୍ ଶୀଘ୍ର ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଚଳଚ୍ଚିତ୍ରଟି ଚଳିତ ବର୍ଷ ଜୁନ୍ ୧୬ ରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଯେତେବେଳେ ଗତ ବର୍ଷ ଅକ୍ଟୋବର 2 ରେ ‘ଆଦିପୁରୁଷ’ର ଟିଜର ରିଲିଜ୍ ହୋଇଥିଲା, ଭିଏଫଏକ୍ସର ଗୁଣବତ୍ତା ହେତୁ ଫିଲ୍ମକୁ ଅନେକ ନକାରାତ୍ମକତାର ସାମ୍ନା କରିବାକୁ ପଡିଥିଲା। ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହୋଇଥିଲା । ସୋସିଆଲ ମିଡିଆରେ ୟୁଜର୍ସଙ୍କ ପ୍ରତିକ୍ରିୟା ଦେଖିବା ପରେ ନିର୍ମାତାମାନେ ୫୫୦ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୁଞ୍ଚାଇ ଦେବା ସହ ଏବଂ ପୁଣି ଥରେ ଫିଲ୍ମର VFX ରେ କାମ କରିବା ଆରମ୍ଭ କରିଛନ୍ତି । ବର୍ତ୍ତମାନ ନିର୍ମାତା ନୂଆ ଭିଏଫଏକ୍ସ ସହିତ ନୂଆ ଟିଜର ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି।