ମୁମ୍ବାଇ ୧୮।୦୭: ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସାଲାର୍’ । ଫିଲ୍ମକୁ ନେଇ ଏବେ ସବୁଠି ଚର୍ଚ୍ଚା । ନିକଟରେ ‘ସାଲାର୍’ର ଟିଜର ରିଲିଜ୍ ହୋଇଛି । ଟିଜର୍ ଦେଖିବା ପରେ ପ୍ରଶଂସକଙ୍କ ଭିତରେ ଫିଲ୍ମକୁ ନେଇ ବଢିଛି ଉତ୍ସାହ । ଫିଲ୍ମରେ ଦେଖିବାକୁ ମିଳିବ ପ୍ରଭାସଙ୍କ ଦମଦାର ଆକ୍ସନ । କିନ୍ତୁ ଜାଣିଛନ୍ତି କି ଫିଲ୍ମ ସାଲାରର ସମସ୍ତ ଷ୍ଟାରକାଷ୍ଟ କେତେ ନେଇଛନ୍ତି ଫି ।
{"id":818549,"width":838,"height":471,"sizeSlug":"full","linkDestination":"none"}
ପ୍ରଥମରେ ରହିଛନ୍ତି ଲିଡ୍ ଆକ୍ଟର ପ୍ରଭାସ୍ । ଖବର ଅନୁଯାୟୀ ପ୍ରଭାସ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ନେଉଛନ୍ତି ।
{"id":818550,"sizeSlug":"full","linkDestination":"none"}
ଫିଲ୍ମର ନାୟିକା ଶ୍ରୃତି ହାସନ ମଧ୍ୟ ୮ କୋଟି ଟଙ୍କା ନେଉଥିବା ବେଳେ ପୃଥ୍ବୀରାଜ୍ ସୁକୁମରନ୍ ଏହି ଫିଲ୍ମ ପାଇଁ ନେଉଛନ୍ତି ୪ କୋଟି । ତାଙ୍କୁ ଏହି ଫିଲ୍ମରେ ନେଗେଟିଭ୍ ରୋଲରେ ଦେଖିବାକୁ ମିଳିପାରେ ।
{"id":818551,"width":839,"height":629,"sizeSlug":"full","linkDestination":"none"}
ସେହିପରି ଫିଲ୍ମର ଅନ୍ୟ ଜଣେ କଳାକାର ଜଗପତି ବାବୁଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ । ସେ ଏହି ଫିଲ୍ମ ପାଇଁ ୪ କୋଟି ନେଉଛନ୍ତି ବୋଲି ଜଣାପଡିଛି । ତେବେ ଏହି ଫିଲ୍ମଟି ୨୦୦ରୁ ୨୫୦ କୋଟି ବଜେଟ୍ ନିର୍ମାଣ ହେଉଛି ବୋଲି କୁହାଯାଉଛି ।
{"id":818552,"sizeSlug":"full","linkDestination":"none"}
ଫିଲ୍ମ ‘ସାଲାର୍’ ପ୍ରେକ୍ଷାଳୟରେ ଚଳିତବର୍ଷ ସେପ୍ଟମ୍ବର ୨୩ ତାରିଖରେ ରିଲିଜ୍ ହେବ। ଫିଲ୍ମଟିରେ ଆକ୍ସନ ସହ ରୋମାଞ୍ଚ ବି ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଫିଲ୍ମରେ ପ୍ରଭାସଙ୍କ ଲୁକ୍ ଭୟଙ୍କର ହୋଇଛି । ଏହି ଫିଲ୍ମ ମାଧ୍ୟମରେ ପ୍ରଭାସ ତାଙ୍କ ‘ବାହୁବଲୀ’ର ରେକର୍ଡକୁ ଭାଙ୍ଗିବେ ବୋଲି କୁହାଯାଉଛି।
You Can Read:
wp:embed {"url":"https://www.prameyanews7.com/salman-khan-issued-an-official-notice-on-twitter-against-fake-casting-agents/","type":"wp-embed","providerNameSlug":"prameya-news-7"}