ମନ୍ଦାର ଗଛ ପାଇଁ ଶଳାକୁ ଆକ୍ରମଣ କଲା ଭିଣୋଇ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | July 25, 2021 IST

ଜଳେଶ୍ୱର, ୨୫|୦୭:  ମନ୍ଦାର ଫୁଲ ଗଛ କାଟିବାକୁ ନେଇ  ଶଳାକୁ ଆକ୍ରମଣ କଲା ଭିଣୋଇ ।  ଆକ୍ରମଣରେ ଶଳା ଜୟନ୍ତ ଜେନା (୨୭) ଗୁରୁତର ହୋଇଥିବା ଜଣାପଡିଛି। ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ,  ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସାନତାଳପଦା ଗ୍ରାମରେ ମନ୍ଦାର ଫୁଲ ଗଛ କଟାକୁ ନେଇ ମହାଭାରତ ସୃଷ୍ଟି ହୋଇଛି । ଗାଁର ଜଳଧାରା ଜେନାଙ୍କ ପୁଅ ଜୟନ୍ତ ଜେନାକୁ ଭିଣେଇ ଅନିଲ ପ୍ରଧାନ,  ଚିନ୍ମୟ ପ୍ରଧାନ, ଗୁଣବନ୍ତ ପ୍ରଧାନ,  ମୁକେଶ ଦାସ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି ।  ଆକ୍ରମଣ ପରେ ତାଙ୍କୁ ସୁବର୍ଣ୍ଣରେଖା ନଦୀ କୂଳରେ ଅଚେତ ଅବସ୍ଥାରେ ସେମାନେ ଫିଙ୍ଗି ଦେଇ ପଳାଇ ଯାଇଥିଲେ । 

ଖବର ପାଇ ପରିବାର ଲୋକେ ଜୟନ୍ତକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଜୟନ୍ତ ବାଲିଆପାଳ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.