ଧୋନୀଙ୍କ ପତ୍ନୀଙ୍କୁ ଦରକାର ପିସ୍ତଲ, ଲାଇସେନ୍ସ ଲାଗି କରିଛନ୍ତି ଜିଲ୍ଲା ପ୍ରଶାସନକୁ ଆବେଦନ

Published By : Prameya-News7 Bureau | January 11, 2020 IST

ରାଞ୍ଚୀ ୧୧।୧:  ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ସିଂହ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଲାଗି ରାଞ୍ଚୀ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି। ଏଥିଲାଗି  କରିଥିବା ଆବେଦନରେ ସେ ଅଧିକାଂଶ ସମୟ ଏକାକୀ ରହୁଥିବା ଓ ଏକାକୀ ବାହାରକୁ ଯିବାଆସିବା କରୁଥିବାରୁ ସୁରକ୍ଷାକୁ ନେଇ ସେ ଭୟଭୀତ ଥିବା ଉଲ୍ଲେଖ କରିଛନ୍ତି।

{"id":209876,"sizeSlug":"large"}

ତେବେ ପୂର୍ବରୁ ଧୋନୀଙ୍କ ନାମରେ  ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଅଛି। ତେବେ ସେ ପରିବାରଠାରୁ ଅଧିକାଂଶ ସମୟ ବାହାରେ ବିତାଉଥିବାରୁ ଘରେ ପତ୍ନୀ ସାକ୍ଷୀ ଏକାକୀ ରହୁଛନ୍ତି।  ଏହା ଛଡା ଧୋନୀଙ୍କ ପରିବାର ହର୍ମୁ ହାଉସିଂ କଲୋନୀ ଛାଡି ଏବେ ଡାଲାଡାଲୀସ୍ଥିତ ଫାର୍ମ ହାଉସ୍‌କୁ ସିଫ୍ଟ ହୋଇଯାଇଛି। ଏଣୁ ହୁଏତ ସାକ୍ଷୀ ଅସୁରକ୍ଷିତ ଅନୁଭବ କରୁଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

{"id":209877,"width":580,"height":607,"sizeSlug":"large"}

ଏହା ଛଡା ଏକାକୀ ମହିଳା ବିଭିନ୍ନ କାମରେ ବାହାରକୁ ଆତଯାତ ହେଉଥିବାରୁ ତାଙ୍କର ସୁରକ୍ଷା ଚିନ୍ତା ରହିବା ସ୍ୱଭାବିକ। ଏଣୁ ନିଜ ଲାଗି ସେ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ଅନୁଭବ କରି ଲାଇସେନ୍ସ ଲାଗି ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଏବେ ତାଙ୍କ ଆବଦେନ ଉପରେ ବିଚାରୁ କରୁଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.