ବ୍ରିଜଭୂଷଣଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ସାକ୍ଷୀ ମଲିକ, କହିଲେ- ପରିବାରକୁ ରହିଛି ବିପଦ

Published By : Prameya-News7 Bureau | January 03, 2024 IST

ନୂଆଦିଲ୍ଲୀ: ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଖେଳାଳିଙ୍କ ପ୍ରଦର୍ଶନ ପରେ, ଭାରତୀୟ କୁସ୍ତି ମହାସଂଘ (WFI)ର ନିର୍ବାଚନ ଡିସେମ୍ବରରେ ହୋଇଥିଲା ଏବଂ ସଞ୍ଜୟ ସିଂହଙ୍କୁ ଅଧ୍ୟକ୍ଷ ବଛାଯାଇଥିଲା। ହେଲେ କ୍ରୀଡ଼ା ମନ୍ତ୍ରାଳୟ ତାଙ୍କୁ ମଧ୍ୟ ବରଖାସ୍ତ କରିଥିଲା । ଆଉ ଏବେ ଅଲିମ୍ପିକ୍‌ ମେଡାଲ ବିଜେତା ସାକ୍ଷୀ ମଲିକ ଏକ ବଡ଼ ଖୁଲାସା କରିଛନ୍ତି। ବୁଧବାର ନିଜ ଘରେ ଗଣମାଧ୍ୟମ ସମ୍ମିଳନୀରେ ସାକ୍ଷୀ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଏବଂ ତାଙ୍କ ପରିବାରକୁ ଧମକ ଦିଆଯାଉଛି। ଆଉ ସାକ୍ଷୀ ସ୍ପଷ୍ଟ ଭାବରେ କହିଛନ୍ତି ବ୍ରିଜଭୂଷଣ ସିଂହଙ୍କ ଲୋକମାନେ ତାଙ୍କୁ କଲ୍ କରୁଛନ୍ତି।

ସାକ୍ଷୀ କହିଛନ୍ତି ବୁଧବାର କହିଛନ୍ତି ତାଙ୍କୁ ମାଆଙ୍କୁ କେହି ଅଜଣା ବ୍ୟକ୍ତିଙ୍କ କଲ୍‌ ଆସିଥିଲା ଏବଂ ଫୋନ୍‌ରେ ଉକ୍ତ ବ୍ୟକ୍ତି କହିଥିଲେ ଯେ,‘‘ ତାଙ୍କ ଘରେ କେହି ବ୍ୟକ୍ତିଙ୍କ ଉପରେ ମାମଲା ହେବ।’’ ସାକ୍ଷୀ କହିଛନ୍ତି ବ୍ରିଜଭୂଷଣଙ୍କ ଲୋକମାନେ ତାଙ୍କୁ କଲ୍‌ କରୁଛନ୍ତି। ଏହାସହ ସେ ସରକାରଙ୍କୁ ସୁରକ୍ଷା ମାଗିଛନ୍ତି। ତେବେ ମାମଲାର ସଂପୂର୍ଣ୍ଣ ତଥ୍ୟ ପୋଲିସ୍‌କୁ ଦେବେ ବୋଲି କହିଛନ୍ତି ସାକ୍ଷୀ । ସେ ଆହୁରି କହିଛନ୍ତି ‘ନ୍ୟାୟ ପାଇଁ ଲଢ଼ିଛନ୍ତି ତଥାପି ତାଙ୍କୁ ଧମକ ମିଳୁଛି।’’

ଆହୁରି ପଢ଼ନ୍ତୁ: ସାକ୍ଷୀ, ଭିନେଶ ଓ ବଜରଙ୍ଗ ପୁନିଆଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ କନିଷ୍ଠ ରେସ୍ଲର, ଦିଲ୍ଲୀ ଜନ୍ତରମନ୍ତରରେ କରୁଛନ୍ତି ବିକ୍ଷୋଭ

ସାକ୍ଷୀ ମଲିକ ସେହି କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ରହିଥିଲେ ଯେଉଁମାନେ ବ୍ରିଜଭୂଷଣଙ୍କ ବିରୋଧରେ ଗତ ବର୍ଷ ଜନ୍ତର ମନ୍ତରରେ ପ୍ରଦର୍ଶନ କରିଥିଲେ। ତାଙ୍କ ବ୍ୟତୀତ ଏହି ପ୍ରଦର୍ଶନରେ ବଜରଙ୍ଗ ପୂନିଆ ଏବଂ ବିନେଶ ଫୋଗାଟ ମଧ୍ୟ ରହିଥିଲେ। ଏମାନେ ବ୍ରିଜଭୂଷଣଙ୍କ ଉପରେ ମହିଳା ଖେଳାଳିଙ୍କୁ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏହା ପରେ ବ୍ରିଜଭୂଷଣଙ୍କୁ ପଦରୁ ହଟିବାକୁ ପଡ଼ିଥିଲା ଆଉ ପରେ ପୁନଃ ନିର୍ବାଚନ କରାଯାଇଥିଲା। କିନ୍ତୁ ନୂଆ ଡବ୍ଲୁଏଫଆଇ ନାସନାଲ୍ସ ଆୟୋଜନରେ ନିୟମରେ ଅବହେଳା ଫଳରେ ଖେଳ ମନ୍ତ୍ରାଳୟ ତାଙ୍କୁ ବରଖାସ୍ତ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.