ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ରାଜ୍ୟଗୋଷ୍ଠୀ କ୍ରୀଡା : ସାକ୍ଷୀ ମଲ୍ଲିକ ଜିତିଲେ ସ୍ୱର୍ଣ୍ଣ, ୨୬ରେ ପହଁଚିଲା ଭାରତର ପଦକ ସଂଖ୍ୟା

6/08/2022 at 7:36 AM

ନୂଆଦିଲ୍ଲୀ ୦୬/୦୮:  ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଲା ଭାରତ । ସାକ୍ଷୀ ମଲ୍ଲିକ ଜିତିଲେ ସ୍ବର୍ଣ୍ଣ । ୬୨କେଜି ବର୍ଗ ମହିଳା କୁସ୍ତିରେ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହାପୂର୍ବରୁ ଶୁକ୍ରବାର ବଜରଙ୍ଗ ପୁନିଆ ଜିତିଥିଲେ ଗୋଲଡ୍ ମେଡାଲ ।

ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏପର୍ଯ୍ୟନ୍ତ ଭାରତକୁ ୮ଟି ସ୍ବର୍ଣ୍ଣ ପଦକ ମିଳିଛି । ଏଥିସହିତ ଭାରତର ମୋଟ ପଦକ ସଂଖ୍ୟା ୨୬କୁ ବଢ଼ିଯାଇଛି। ଶୁକ୍ରବାର ସୁଦ୍ଧା ଭାରତ ମଧ୍ୟ ପଦକ ତାଲିକାରେ ସ୍କଟ୍ ଲାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ପଛକୁ ଠେଲିଦେଇ ସପ୍ତମରୁ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଛି।

୨୧ ବର୍ଷୀୟ ଅଂଶୁ ମଲିକ ଜିତିଲେ ରୌପ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ୨୧ ବର୍ଷୀୟ କୁସ୍ତି ଯୋଦ୍ଧା ଅଂଶୁ ମଲିକ ସ୍ଵର୍ଣ୍ଣ ଜିତିବାରୁ ବଞ୍ଚିତ ହୋଇଥିଲେ। ସେ ମହିଳା ୫୭ କିଗ୍ରା ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ଅଂଶୁଙ୍କୁ ଫାଇନାଲରେ ନାଇଜେରିଆର ଓଡୁନାଓ ଅଦେକୁଓରୋଏ ୬-୪ରେ ହରାଇଛନ୍ତି। ଅଂଶ ଫାଇନାଲ୍ ପୂର୍ବରୁ ପ୍ରତିଟି ମୁକାବିଲାରେ ନିଜର ଦବଦବା ଜାରି ରଖିଥିଲେ। ସେ କ୍ଵାର୍ଟର ଫାଇନାଲରେ ଅଷ୍ଟ୍ରେଲିଆର ଡରେନ ସିମିଓନିଡିସ ଏବଂ ସେମି ଫାଇନାଲ୍‌ରେ ଶ୍ରୀଲଙ୍କାର ନେଥମୀ ପୋରୁଥୋଟାଗେଙ୍କୁ ପରାସ୍ତ କରିଥିଲେ।

   Related Posts