AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଇତାନ ସ୍ବାମୀ ତିନି ତଲାକ ପରେ ସ୍ତ୍ରୀ ଦେହରେ ଲଗାଇଦେଲା ନିଆଁ !

11/02/2020 at 5:02 PM

ରାମପୁର ୧୧।୦୨:  ମହିଳାଙ୍କ ପ୍ରଥମେ ତିନି ତଲାକ୍ ତାପରେ ନିଆଁରେ ପୋଡି ହତ୍ୟା ଉଦ୍ୟମ । ଉତ୍ତରପ୍ରଦେଶ ରାମପୁର ଖେଡାଟାଣ୍ଡା ଗାଁରୁ ଆସିଛି ଜଣେ ସଇତାନ ସ୍ବାମୀର କାରନାମା ନେଇ ଅଭିଯୋଗ ।  ନିଆଁରେ ପୋଡି ହୋଇ ଗୁରୁତର ଥିବା ମହିଳାଙ୍କ ନିକଟସ୍ଥ ତିର୍ଥକର ମହାବୀର ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପୋଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଖେଡାଖଣ୍ଡା ଗାଁରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଟ୍ରିପଲ୍‌ ତଲାକ ଦେଇଥିଲେ । ଏବଂ ପରେ ତାଙ୍କୁ ନିଆଁରେ ପୋଡି ମାରିଦେବାକୁ ଉଦ୍ୟମ କରିଛନ୍ତି । ତେବେ ମହିଳା ଜଣଙ୍କ ନିଆଁରେ ପୋଡି ହୋଇ ଗୁରୁତର ଅଛନ୍ତି । ଦେହରେ ନିଆଁ ଲାଗିବା ଦ୍ବାରା ମହିଳାଙ୍କ ଦେହର ୭୫ଭାଗ ପୋଡିଯାଇଛି ବୋଲି ଡାକ୍ତର କହିଛନ୍ତି । ସେପଟେ କିନ୍ତୁ ଝିଅର ପରିବାର ପକ୍ଷରୁ ଏହା ଯୌତୁକ ଜନିତ କାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଝିଅର ବାପାଙ୍କ କହିବାନୁଯାୟୀ, ଯୌତୁକରେ କାର୍‌ ଦିଆଯାଇନଥିବାରୁ , ଜ୍ବାଇ ଅସନ୍ତୁଷ୍ଟ ଥିଲେ । ତେଣୁ ସେ ପ୍ରଥମେ ମୋ ଝିଅକୁ ଟ୍ରିପଲ ତଲାକ , ପରେ ନିଆଁ ପୋଡି ଦେଇ ମାରିବାକୁ ଉଦ୍ୟମ କରିଛନ୍ତି । ମହିଳାଜଣଙ୍କୁ ଗୁରୁତର ଅବସ୍ଥାରେ ତିର୍ଥକର ମହାବୀର ମେଡିକାଲ କଲେଜର ଟ୍ରୋମା ସେଣ୍ଟରେ ଭର୍ତ୍ତି କରାଯାଇଛି ।  

ସେପଟେ ଘଟଣାର ତଦନ୍ତ କରୁଥିବା ଅଜୀମନଗର ଥାନାଧିକାରୀ କହିଛନ୍ତି ଯେ, ଦୁଇ ବର୍ଷ ତଳେ ଉଭୟଙ୍କ ବିବାହ ହୋଇଥିଲା । ଏବଂ ବର୍ତ୍ତମାନ ଦୁହିଁଙ୍କର ଗୋଟିଏ ବର୍ଷକର ପୁତ୍ର ସନ୍ତାନ ମଧ୍ୟ ଅଛି । ମେଡିକାଲରେ ଚିକିତ୍ସିତ ହେଉଥିବା ମହିଳାଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତ ଓ ତାଙ୍କ ପରିବାରଙ୍କ ବିରୁଦ୍ଧରେ IPC ୪୯୮A ଓ ୩୦୭ ସହିତ ଯୋତୁକ ଆକ୍ଟ ଏବଂ ମୁସଲିମ୍‌ ଜୀବନ ପ୍ରୋଟକ୍ସନ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

   Related Posts