ରତନ ଟାଟାଙ୍କୁ ଝଟକା: ସାଇରସ୍ ମିସ୍ତ୍ରୀ ରହିବେ ଟାଟା ଗ୍ରୁପ୍ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ

Published By : Prameya-News7 Bureau | December 18, 2019 IST

ନୂଆଦିଲ୍ଲୀ୧୮/୧୨: ରତନ ଟାଟାଙ୍କୁ ଝଟକା । ସାଇରସ୍ ମିସ୍ତ୍ରୀ ରହିବେ ଟାଟା ଗ୍ରୁପ୍ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ । ବୁଧବାର କୋର୍ଟ ସାଇରସ୍ ମିସ୍ତ୍ରୀଙ୍କ ଟାଟା ଗ୍ରୁପ୍ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦ କାଏମ ରଖିଛନ୍ତି । ଟାଟା ସନସ୍ ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏନ୍  ଚନ୍ଦ୍ରାଙ୍କ ନିଯୁକ୍ତିକୁ ବେଆଇନ୍  କହିଛନ୍ତି ନ୍ୟାସନାଲ କମ୍ପାନି ଲ’ ଆପିଲେଟ୍  ଟ୍ରିବ୍ୟୁନାଲ । ତେବେ, ଏଥିସହ ଟ୍ରିବ୍ୟୁନାଲ ଟାଟା ସନସ୍ କର୍ତ୍ତୃପକ୍ଷଙ୍କୁ ୪ ସପ୍ତାହର ସମୟ ମଧ୍ୟ ଦେଇଛନ୍ତି । ଯଦି ଟାଟା ସନସ୍  କର୍ତ୍ତୃପକ୍ଷ ଚାହିଁବେ ତେବେ ଏହି ସମୟ ମଧ୍ୟରେ ଟ୍ରିବ୍ୟୁନାଲଙ୍କ ରାୟକୁ ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ କରି ପାରିବେ । ନଚେତ, ୪ ସପ୍ତାହ ପରେ ଟ୍ରିବ୍ୟୁନାଲଙ୍କ ରାୟ କାର୍ଯ୍ୟକାରୀ ହେବ ।

ଶପୁରଜୀ ପାଲୋନ୍ ଜୀ ପରିବାରର ଜଣେ ଉତ୍ତରାଧିକାରୀ ମିସ୍ତ୍ରୀଙ୍କର ଟାଟାରେ ଅଂଶଧନ ରହିଥିଲେ ହେଁ ଟାଟା ସନ୍ସ ଏବଂ ଟାଟା ପରିବାର ମୁଖ୍ୟ ରତନ ଟାଟାଙ୍କ ମଧ୍ୟରେ ଆଇନଗତ ମାମଲାରେ ଏହା ଫଶିଯାଇଥିଲା । ଟାଟା ୨୦୧୬ ଅକ୍ଟୋବରରେ ଟାଟା ଅଧ୍ୟକ୍ଷ ପଦ ଛାଡ଼ିବା ପରେ ଏପରି ହୋଇଥିଲା । ମିସ୍ତ୍ରୀ ପୂର୍ବରୁ ଅଭିଯୋଗ ଆଣିଥିଲେ ଟାଟା ପରିବାର ପକ୍ଷରୁ ମାଇନରିଟି ଶେୟାର ହୋଲ୍ଡରଙ୍କ ସ୍ୱାର୍ଥହାନି କରାଯାଉଛି ଏବଂ ପରିଚାଳନାରେ ତ୍ରୁଟି କରାଯାଉଛି । ଟାଟା ପକ୍ଷରୁ କିନ୍ତୁ ଏହାକୁ ଲଗାତାର ମନା କରାଯାଉଥିଲା । ବର୍ତ୍ତମାନ ରତନ ଟାଟା ମୁଖ୍ୟ ଥିବା କିଛି ଟ୍ରଷ୍ଟ ପାଖରେ ଅଧିକ ଶେୟାର ରହିଛି । ସାଇରସ୍  ମିସ୍ତ୍ରୀଙ୍କ ପାରିବାରିକ କମ୍ପାନୀ ପାଖରେ ୧୮.୪% ଶେୟାର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.