ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଅଭିନେତ୍ରୀ ସାଇରା ବାନୁ, PM ଫଟୋ ସେୟାର କରି ଲେଖିଲେ ଏମିତି…

Published By : Prameya-News7 Bureau | November 12, 2023 IST

ମୁମ୍ଵାଇ ୧୨।୧୧: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମ୍‌ ଶୁକ୍ରବାର ଦିନ ପିଏମ ମୋଦୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପ୍ରସିଦ୍ଧ ହିନ୍ଦୀ ସିନେମା ଅଭିନେତ୍ରୀ ସାଇରା ବାନୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି। ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ଏହି ପୋଷ୍ଟରେ ନିଜର ପୋଷ୍ଟ ସେୟାର କରିଛନ୍ତି।  

ଏଥିରେ ଥିବା କ୍ୟାପସନରେ ଲେଖା ହୋଇଛି, 'ସାଇରା ବାନୁ ଜୀଙ୍କୁ ଭେଟିବା ଏକ ଭଲ ସମୟ ଥିଲା। ସିନେମା ଜଗତରେ ତାଙ୍କର ଉତ୍କୃଷ୍ଟ କାର୍ଯ୍ୟ ଅନେକ ଜେନେରେସନଙ୍କୁ ବହୁତ ଭଲ ଶିକ୍ଷା ଦେଇଛନ୍ତି ଏବଂ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ଆଜି ତାଙ୍କ ସହିତ ଏହି ସାକ୍ଷାତକାରରେ, ଆମେ ବିଭିନ୍ନ ଭିନ୍ନ ବିଷୟ ଉପରେ ଏକ ଭଲ ବାର୍ତ୍ତାଳାପ କରିଥିଲୁ । ଏହାପୂର୍ବରୁ ଯେତେବେଳେ ଦିଲୀପ କୁମାରଙ୍କ ଦେହାନ୍ତ ହୋଇଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇଥିଲେ। ତେବେ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ବିଷୟରେ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

wp:html /wp:html

ସାଇରା ବାନୁଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ଅଭିନେତ୍ରୀ ୨୨ ବର୍ଷ ବୟସରେ ୪୪ ବର୍ଷୀୟ ଦିଲୀପ କୁମାରଙ୍କୁ ବିବାହ କରିଥିଲେ ।  ତାଙ୍କର ଏକ ସାକ୍ଷାତକାର ସମୟରେ ସାଇରା କହିଥିଲେ, 'ସେ ପିଲାଦିନରୁ ଦିଲୀପ କୁମାରଙ୍କୁ ପସନ୍ଦ କରୁଥିଲେ ଏବଂ ତାଙ୍କୁ ବିବାହ କରିବାର ସ୍ୱପ୍ନ ଦେଖୁଥିଲେ'। ହେଲେ ଉଭୟଙ୍କର କୌଣସି ସନ୍ତାନ ନାହିଁ, ଯାହା ପଛର କାରଣ ଦିଲୀପ କୁମାର ନିଜେ ତାଙ୍କ ଆତ୍ମଜୀବନୀରେ ଦେଇଥିଲେ। ସେ କହିଥିଲେ, 'ଅଭିନେତ୍ରୀ ଗର୍ଭାବସ୍ଥାରେ ଅନେକ ଥର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେ ୧୯୭୨ ରେ ଗର୍ଭବତୀ ହୋଇଥିଲେ କିନ୍ତୁ ଗର୍ଭପାତ ହୋଇ ଯାଇଥିଲା। ଏହା ପରେ ଦୁହେଁ କେବେ ସନ୍ତାନ ଜନ୍ମ କରିବାକୁ ଯୋଜନା କରିନାହାଁନ୍ତି ।

wp:embed {"url":"https://www.prameyanews7.com/british-prime-minister-diwali-party-attended-by-3-bollywood-stars/","type":"wp-embed","providerNameSlug":"prameya-news-7"}
https://www.prameyanews7.com/british-prime-minister-diwali-party-attended-by-3-bollywood-stars/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.