ବନ୍ଦ ହେବ ଦିଲୀପ କୁମାରଙ୍କ ଟ୍ୱିଟର୍ ଆକାଉଣ୍ଟ, ଟ୍ୱିଟ୍ କରି ନିଷ୍ପତ୍ତି ଜଣାଇଲେ ସାଇରା ବାନୁ

Published By : Prameya-News7 Bureau | September 16, 2021 IST

ନୂଆଦିଲ୍ଲୀ ୧୬/୦୯: ବଲିଉଡର ଦିବଙ୍ଗତ ଦିଗଜ ଅଭିନେତା ଦିଲୀପ କୁମାରଙ୍କ ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟ ବନ୍ଦ ହୋଇଯାଉଛି। ଦିଲୀପ କୁମାରଙ୍କ ଦେହାନ୍ତ ପରେ ବର୍ତ୍ତମାନ ସାଇରା ବାନୁ ତାଙ୍କ ଟ୍ୱିଟର୍ ଆକାଉଣ୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫୈଜଲ ଫାରୁକି ଦିଲୀପ କୁମାରଙ୍କ ଟ୍ୱିଟର ଆକାଉଣ୍ଟକୁ ପରିଚାଳନା କରୁଥିଲେ, କିନ୍ତୁ ବର୍ତ୍ତମାନ ସେ ଦିଲୀପ କୁମାରଙ୍କ ଆକାଉଣ୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଟ୍ୱିଟ୍ କରି ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି।

wp:html /wp:html

ଟୁଇଟ୍ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇ ଦିଲୀପ କୁମାରଙ୍କ ମୁଖପାତ୍ର ଫୈଜଲ ଫାରୁକି କହିଛନ୍ତି, ‘ବହୁ ଆଲୋଚନା ଏବଂ ବିଚାର ବିମର୍ଶ ପରେ ସାଇରା ବାନୁଙ୍କ ସହମତି କ୍ରମେ ମୁଁ ପ୍ରିୟ ଦିଲୀପ କୁମାର ସାବଙ୍କ ଏହି ଟ୍ୱିଟର ଆକାଉଣ୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆପଣଙ୍କ ନିରନ୍ତର ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ।’ ଦିଲୀପ କୁମାରଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ବନ୍ଦ ହେବା ଘୋଷଣା ପରେ ଅଭିନେତାଙ୍କ ପ୍ରଶଂସକମାନେ ପରିବାରର ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇ ସେମାନଙ୍କର ପ୍ରିୟ ଅଭିନେତାଙ୍କୁ ମନେ ପକାଇଛନ୍ତି।

ଦିଲୀପ କୁମାରଙ୍କ ଜୁଲାଇ ୭ ରେ ଦେହାନ୍ତ ହୋଇଥିଲା। ଏହି ଅଭିନେତା ଗତ କିଛି ବର୍ଷ ଧରି ବୟସ ସମ୍ବନ୍ଧୀୟ ଅସୁସ୍ଥତା ସହ ସଂଗ୍ରାମ କରୁଥିଲେ ଏବଂ ସହରର ହିନ୍ଦୁଜା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସାଇରା ଏବେ ବି ଚିନ୍ତାରେ ଅଛନ୍ତି। କିଛି ଦିନ ପୂର୍ବରୁ ସାଇରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.