ଭୋକ ବିକଳରେ ମୃତଦେହ ଖାଇଲେ..୧୮୦ ବର୍ଷ ପୂର୍ବେ ଫସିଥିବା ୨ଟି ଜାହାଜ ସଂପର୍କରେ ଚମକାଇଲା ପରି ତଥ୍ୟ

Published By : Prameya-News7 Bureau | September 29, 2024 IST

କାନାଡା ୨୯/୯:ସମୁଦ୍ର ମଝିରେ ଫସି ଯାଇଥିଲା ୨ଟି ଜାହାଜ । କୂଳକୁ ଯାଇପାରିନଥିଲେ କେହି । ସୌଭ୍ୟଗ୍ୟବଶତଃ କେତେଜଣ ଖସି ପଳାଇଲେ । ଆଉ କିଛି ଭୋକ ଉପାସରେ ମରିଗଲେ  । ଯେତିକି ରହିଗଲେ ଭୋକ ଉପାସରେ ଡହଳବିକଳ ହେଲେ । ଏମିତି ଅବସ୍ଥାରେ ଆଉ କେତେଦିନ ରହିବେ ।  ପରିସ୍ଥିତି ଏତେ ଖରାପ ହୋଇଗଲା ଯେ ନାବିକମାନେ ମିଶି କ୍ୟାପ୍‌ଟେନକୁ ଖାଇଦେଇଥିବା ଖବର ଆସିଛି । ୧୮୦ ବର୍ଷ ପୂର୍ବରୁ ଆର୍କଟିକରେ ଫସିଥିବା ୨ଟି ଜାହାଜ ସଂପର୍କରେ ଅଧ୍ୟୟନରୁ ଏମିତି କିଛି ତଥ୍ୟ ଆସିଛି । 

୧୮୪୫ ମସିହା ମଇ ମାସ ୧୯ ତାରିଖ । ୨ଟି ଜାହାଜ HMS Erebus ଓ HMS Terror କେଣ୍ଟ ଇଂଲଣ୍ଡରୁ ବାହାରିଥିଲେ । ତେବେ ବାଟରେ ହଠାତ ୫ ଜଣ ସଦସ୍ୟଙ୍କର ଦେହ ଖରାପ ହେବାରୁ ସେମାନେ ଅଧାରୁ ଜାହାଜ ଛାଡି ପଳାଇଥିଲେ । ଏହା ପରେ ୨ ଜାହାଜ ଆର୍କଟିକର ବରଫରେ ଫସି ଯାଇଥିଲେ । ହଠାତ ଏମିତି ଏକ ଖରାପ ପରିସ୍ଥିତିର ସାମ୍ନା କରିବେ ବୋଲି କେହି ଭାବିନଥିଲେ । ତେବେ ସେମାନଙ୍କ ମଧ୍ୟରୁ ୧୦୫ ଜଣ ସାହାଯ୍ୟ ଆଶାରେ ଜାହାଜ ଛାଡି ପଳାଇଥିଲେ । ପ୍ରାୟ ୧୨୯ ଜଣଙ୍କର ଜାହାଜରେ ଜୀବନ ଚାଲିଯାଇଥିଲା । ତେବେ ଯେଉଁମାନେ ସଂଘର୍ଷ କରି ବଞ୍ଚିରହିଲେ ସେମାନେ ଭୋକବିକଳରେ ଆଉଟୁପାଉଟୁ ହେଲେ ଶେଷରେ ଭୋକ ମେଣ୍ଟାଇବାକୁ ମୃତ ଶରୀରକୁ ଖାଇବାକୁ ଲାଗିଲେ । ସେଠାରୁ ମିଳିଥିବା ମଣିଷର ହାଡ ଓ ଦାନ୍ତକୁ ବିଶ୍ଳେଷଣ କରୁଛନ୍ତି ବୈଜ୍ଞାନିକ । ଗୋଟିଏ ସ୍ଥାନରୁ ୧୩ଜଣ ଲୋକଙ୍କ ପ୍ରାୟ ୪୫୧ଟି ହାଡ ମିଳିଥିଲା । ଏସବୁ କାହାର ପରୀକ୍ଷାନୀରିକ୍ଷା ଚାଲିଛି । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.