ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆରେ ନିଯୁକ୍ତି ସୁଯୋଗ: ଆଇଟିଆଇ, ଡିପ୍ଲୋମା ଆଶାୟୀଙ୍କ ପାଇଁ ରହିଛି ଭଲ ସୁଯୋଗ

Published By : Prameya-News7 Bureau | October 28, 2022 IST

ଭୁବନେଶ୍ୱର(୨୮/୧୦): ଆଇଟିଆଇ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ସୁଯୋଗ। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ(RSP)ରେ ବିଭିନ୍ନ ବିଭାଗରେ ୨୬୧ ପଦବୀ ଖାଲି ରହିଛି। ଏଥିପାଇଁ ଆରଏସପି ପକ୍ଷରୁ ଗ୍ରାଜୁଏଟ୍/ଟେକ୍ନିସିଆନ ଏବଂ ଟ୍ରେଡ୍ ଆପ୍ରେଣ୍ଟିସ୍ ଅନୁଯାୟୀ ଆପ୍ରେଣ୍ଟିସସିପ୍ ଟ୍ରେନିଂ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ବର୍ଷେ ପାଇଁ ରହିବ। ସୂଚନା ଅନୁସାରେ, ସୁନ୍ଦରଗଡ଼ ଆଶାୟୀଙ୍କୁ ପ୍ରାଥମିକତା ଦିଆଯିବା ନେଇ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ(ଏସଆଇଏ) ଏକ ନୋଟିସରେ କହିଛି।

ଏହି ସବୁ ପଦବୀରେ ରହିଛି ଭାକେନ୍ସୀ:

ଟ୍ରେଡ ଆପ୍ରେଣ୍ଟିସ:୧୧୩

ଟେକ୍ନିସିଆନ ଆପ୍ରେଣ୍ଟିସ୍: ୧୦୭

ଗ୍ରାଜୁଏଟ୍ ଆପ୍ରେଣ୍ଟିସ: ୪୧

ଯୋଗ୍ୟତା: ପ୍ରାର୍ଥୀ ଆଇଟିଆଇ/ଡିପ୍ଲୋମା ଡିଗ୍ରୀ ରହିଥିବା ଆବଶ୍ୟକ।

ବୟସ: ୩୦-୧୧-୨୦୨୨ ସୁଦ୍ଧା ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ବୟସ ହୋଇଥିବା ଆବଶ୍ୟକ। ଆଶାୟୀଙ୍କ ପାଇଁ ଷ୍ଟାଇପେଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି।

ତେବେ ଯୋଗ୍ୟତା ଆଧାରରେ ଆଶାୟୀଙ୍କ ଚୟନ କରାଯିବ। ତେବେ ଆବେଦନ କରିବା ପୂର୍ବରୁ କମ୍ପାନୀ ଅଫିସିଆଲ୍ ୱେବସାଇଟ୍ ଯାଇ ବିଜ୍ଞପ୍ତିକୁ ଭଲଭାବରେ ପଢ଼ି ଆବେଦନ କରିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.