ସୈଫ ଅଲ୍ଲୀ ଖାନ୍ କଲେ ଖୁଲାସା,ଏହି କାରଣ ଯୋଗୁଁ ପୁଣି ଥରେ କିଣିଥିଲେ ପଟୌଦୀ ପ୍ୟାଲେସ୍,ମୂଲ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Published By : Prameya-News7 Bureau | March 16, 2020 IST

ମୁମ୍ବାଇ ୧୬/୩: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍ ଏକ ନବାବ ପରିବାରର। ତାଙ୍କ ବାପା ପ୍ରସିଦ୍ଧ କ୍ରିକେଟର ମନସୁର ଅଲ୍ଲୀ ଖାନ୍ ହରିୟାଣାର ପଟୌଦୀ ରାଜପରିବାରର ଅଂଶବିଶେଷ। ଏଥିରେ ସୈଫଙ୍କ ରାଜପ୍ରାସାଦ ଏବଂ ଅଗାଧ ସମ୍ପତ୍ତି ରହିଛି ଯାହା ବିଷୟରେ ସବୁବେଳେ ଚର୍ଚ୍ଚା ହୋଇଥାଏ। ଏକ ସାକ୍ଷାତକାରରେ ସୈଫ ଖୁଲାସା କରିଥିଲେ ଯେ ନିଜ ପୈତୃକ ବାସଭବନକୁ ଫେରି ପାଇବା ପାଇଁ ତାଙ୍କୁ ହୋଟେଲ୍ ଚେନକୁ ଭଡ଼ାରେ ଦେବାକୁ ପଡ଼ିଥିଲା।

{"id":239077,"sizeSlug":"large"}

ଏକ ସାକ୍ଷାତକାରରେ ସୈଫ ଅଲ୍ଲୀ ଖାନ୍ କହିଥିଲେ ଯେ,‘ ବାପାଙ୍କ ମୃତ୍ୟୁ ପରେ ଏହି ରାଜପ୍ରାସାଦକୁ ନିମରାଣା ହୋଟେଲକୁ ଭଡ଼ାରେ ଦିଆଯାଇଥିଲା। ଏହା ପୂର୍ବରୁ ଅମନ ଏବଂ ଫ୍ରାନ୍ସିସ୍ ଏହାକୁ ଚଲାଉଥିଲେ। ଫ୍ରାନ୍ସିସଙ୍କ ଦେହାନ୍ତ ପରେ ଏହି ମହଲକୁ ଫେରି ପାଇବା ପାଇଁ ତାଙ୍କୁ ଅନେକ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା।

{"id":239078,"sizeSlug":"large"}

ଏହା ପରେ ସୈଫ କହିଥିଲେ,‘ଯେଉଁ ଘର ତାଙ୍କୁ ପିଲାଦିନୁ ମିଳିବା କଥା ଥିଲା ତାହା ତାଙ୍କୁ ଫିଲ୍ମରୁ ଆୟ କରିଥିବା ଟଙ୍କା ମାଧ୍ୟମରେ ମିଳିଥିଲା।

{"id":239080,"sizeSlug":"large"}

ପଟୌଦି ରାଜପାସାଦ ୮୧ବର୍ଷ ତଳେ ନିର୍ମାଣ ହୋଇଥିଲା। ଏହା ୧୯୩୫ମସିହାରେ ଅଷ୍ଟମ ନବାବ ଏବଂ କ୍ରିକେଟର ଇଫ୍ତିଖାର ଅଲ୍ଲୀ ଖାନ୍ ପଟୌଦି ଅଲ୍ଲୀ ସିଦ୍ଦିକୀ ନିର୍ମାଣ କରିଥିଲେ। ଏଥିରେ ୧୫୦ରୁ ଅଧିକ ରୁମ୍ ଏବଂ ଏଠାରେ ୧୦୦ରୁ ଅଧିକ ଲୋକ କାମ କରନ୍ତି। ପଟୌଦି ପ୍ୟାଲେସର ମୂଲ୍ୟ ପାଖାପାଖି ୮୦୦କୋଟି ଟଙ୍କା।

{"id":239079,"sizeSlug":"large"}

ସୈଫ ଅଲ୍ଲୀ ଖାନ୍ ଅଧିକାଂଶ ସମୟରେ ନିଜ ପରିବାର ସହ ପଟୌଦି ପ୍ୟାଲେସ୍ ଯାଇଥାଆନ୍ତି। ସେ ତାଙ୍କ ପତ୍ନୀ କରୀନା କପୁରଙ୍କ ଜନ୍ମଦିନ ମଧ୍ୟ ସେଠାରେ ପାଳନ କରିଥିଲେ।

{"id":239081,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.