ବେଗମ୍ କରିନାଙ୍କ ପାଇଁ ସୈଫ୍ ଅଲି ଖାନ୍ ପ୍ରସ୍ତୁତ କଲେ ରାଜକୀୟ ଖାଦ୍ୟ, ଫ୍ୟାନ୍ସ କହିଲେ ଏମିତି କିଛି...

Published By : Prameya-News7 Bureau | July 12, 2022 IST

ମୁମ୍ୱାଇ ୧୨/୦୭: କରୀନା କପୁର ଖାନ ଏବଂ ସୈଫ୍ ଅଲି ଖାନ ପିଲାଙ୍କ ସହ ଇଂଲଣ୍ଡରେ ଛୁଟି କାଟୁଛନ୍ତି । କରୀନା ଏବଂ ସୈଫ ରବିବାର ସାଙ୍ଗମାନଙ୍କ ସହ ବିଶେଷ ସମୟ ଅତିବାହିତ କରିଥିଲେ । ଗୋଟିଏ ପଟେ କରୀନା ତାଙ୍କ ପୁଅ ଜେଙ୍କ ସହ ଚିଲ୍ କରୁଥିବାବେଳେ ସୈଫ୍ ଅଲି ଖାନ ରୋଷେଇ ଘରେ ଚମତ୍କାର ରନ୍ଧନ କୌଶଳ ପ୍ରଦର୍ଶନ କରିଥିଲେ । ଯଦି ଆପଣମାନଙ୍କୁ ବିଶ୍ୱାସ ହେଉନି, ତେବେ ନିଜେ ଦେଖିପାରିବେ ।

wp:html
/wp:html

କରୀନା କପୁରଙ୍କ ବନ୍ଧୁ ଆଲେକ୍ସଜାଣ୍ଡାର୍ ଗଲିଗାନ୍ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ସୈଫ ଏବଂ କରୀନାଙ୍କ କିଛି ଆକର୍ଷଣୀୟ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଆପଣ ଦେଖିପାରିବେ ଯେ ଆପଣଙ୍କର ପ୍ରିୟ ତାରକା ଦମ୍ପତ୍ତି କିପରି ରବିବାର ଇଂଲଣ୍ଡରେ ବିତାଉଛନ୍ତି । ହଁ, ବଲିଉଡର ସବୁଠାରୁ ସୁନ୍ଦର ଅଭିନେତା ସୈଫ ଅଲି ଖାନ ମଧ୍ୟ ଜଣେ ଭଲ ରୋଷେୟା ।

wp:html
/wp:html

ସୈଫଙ୍କୁ ରାଜକୀୟ ଖାଦ୍ୟ ଖାଇବା ସହ ରାନ୍ଧିବାକୁ ବି ଭଲଲାଗେ । ଯାହା ଭାଇରାଲ ହୋଇଥିବା ଚିତ୍ର ସ୍ପଷ୍ଟ ଦର୍ଶାଉଛି । ଆଲେକ୍ସଜାଣ୍ଡାର୍ ଗଲିଗାନର ଅନ୍ୟ ଏକ ଚିତ୍ରରେ ସୈଫ ଅଲି ଖାନ ରୋଷେଇ ଘରେ ପୂରା ଡେଡିକେଟ୍ ହୋଇ ରାନ୍ଧୁଥିବା ନଜର ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.