କରୀନା-ସୈଫ୍‌ କିଣିଲେ ନୂଆ ମର୍ସିଡିଜ୍‌, ଭିଡିଓ ଭାଇରାଲ୍‌

Published By : Prameya-News7 Bureau | October 03, 2022 IST

ମୁମ୍ଵାଇ ୦୩।୧୦: ବଲିଉଡ ସେଲିବ୍ରେଟମାନେ ସେମାନଙ୍କର ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଆଲୋଚନା କରାଯାଏ। ସେମାନଙ୍କ ବିଳାସପୂର୍ଣ୍ଣ ଜୀବନଶ ଶୈଳୀ ଜାଣିବାକୁ ପ୍ରଶଂସକମାନେ ସର୍ବଦା ଆଗ୍ରହୀ ଅଟନ୍ତି । ଏହି ସମୟରେ କରୀନା ଏବଂ ସୈଫଙ୍କ କାର କଲେକସନ୍‌ରେ ଏକ ଧଳା ମର୍ସିଡିଜ ସାମିଲ୍‌ ହୋଇଛି। ସାଇଫିନାଙ୍କ ନୂଆ ମର୍ସିଡିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୈଫିନାଙ୍କ ଫଟୋ ଭିଡିଓ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ସୋସିଆଲ୍‌ ମିଡିଆ ୟୁଜର୍ସମାନେ ଏହା ଉପରେ ଖୁବ୍‌ କମେଣ୍ଟ କରୁଛନ୍ତି।

wp:html
/wp:html

ଏନେଇ ସେଲିବ୍ରିଟି ଫଟୋଗ୍ରାଫର ବରିନ୍ଦର ଚାୱଲା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସୈଫ ଏବଂ କରୀନା ସେମାନଙ୍କର ନୂଆ ମର୍ସିଡିଜ ସହିତ ନଜର ଆସିଛନ୍ତି। ଭିଡିଓରେ ଦେଖାଯାଉଛି ଯେ କରୀନାଙ୍କ କୋଳରେ ପୁଅ ଜେହ୍‌ ଅଛି ଏବଂ ଅଭିନେତ୍ରୀ ଗୋଟିଏ ହାତରେ କାର ଉପରେ ପଡିଥିବା କପଡା କାଢୁଛନ୍ତି । ଏହା ପରେ ଭିଡିଓରେ ଦେଖାଯାଇଛି ଯେ ଜେହଙ୍କ ସହ ନୈନି କାରରେ କୁଆଡେ ଯାଉଛନ୍ତି।

ଗୋଟିଏ ପଟେ କରୀନା ଏବଂ ସୈଫଙ୍କ ପ୍ରଶଂସକମାନେ ଏହି ଭିଡିଓକୁ ପସନ୍ଦ କରୁଥିବା ବେଳେ ଅନ୍ୟ ପଟେ ସେମାନଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି। କୁହାଯାଉଛି କି ସୈଫ୍‌ କରୀନାଙ୍କ ଏସବୁ କେବଳ ଏକ ଶୋ, ଏଭଳି ଟଙ୍କା ନଷ୍ଟ କରିବାର ଆବଶ୍ୟକତା କ’ଣ? ଏହା ବ୍ୟତୀତ ଭିଡିଓରେ କିଛି ମଜାଳିଆ କମେଣ୍ଟ ମଧ୍ୟ ଆସିଛି, ଯେଉଁଥିରେ ଇନଷ୍ଟା ୟୁଜର୍ସ ଲେଖିଛନ୍ତି - 'ଜୀବନର ପ୍ରକୃତ ମଜା ନେଉଛନ୍ତି ନୈନିଙ୍କର।' କହିବାକୁ ଗଲେ ଯେ ନୈନୀ କରୀନାଙ୍କ ପିଲାମାନଙ୍କର ଯତ୍ନ ନିଅନ୍ତି, ଏବଂ ସବୁବେଳେ ପିଲାମାନଙ୍କ ସହିତ ଦେଖିବାକୁ ମିଳନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.