ଅଭିନେତ୍ରୀଙ୍କ ବୟାନକୁ ନେଇ ଉଠିଲା ବିବାଦ, କାଶ୍ମୀର ପଣ୍ଡିତଙ୍କ ସିନ୍‌କୁ ମୋବ୍‌ ଲିଞ୍ଚିଂ ସହ କଲେ ତୁଳନା

Published By : Prameya-News7 Bureau | June 16, 2022 IST

ନୂଆଦିଲ୍ଲୀ ୧୬।୦୬: ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ସାଇ ପଲ୍ଲବୀ ନିଜର ସୁନ୍ଦରତା ଏବଂ ଲୁକ୍‌ ପାଇଁ ବେଶ୍ ଜଣାଶୁଣା । ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିରାଟ ପର୍ବମର ପ୍ରମୋସନରେ ଖୁବ୍‌ ବ୍ୟସ୍ତ ଥିଲେ। ଏହି ସମୟରେ ସାଇ ପଲ୍ଲବୀ ଏପରି କିଛି କହିଛନ୍ତି, ଯାହା ସୋସିଆଲ ମିଡିଆରେ ବିବାଦ ସୃଷ୍ଟି ହୋଇଛି । ବାସ୍ତବରେ, ସାଇ ପଲ୍ଲବୀ ବଲିଉଡ ଫିଲ୍ମ କାଶ୍ମୀର ଫାଇଲରେ ପ୍ରଦର୍ଶିତ କାଶ୍ମୀର ପଣ୍ଡିତଙ୍କ ଦୃଶ୍ୟକୁ ମୋବ୍‌ ଲିଞ୍ଚିଂ ସହିତ ତୁଳନା କରିଛନ୍ତି । ଏହି ପ୍ରକାରର ବିବାଦୀୟ ବିବୃତ୍ତି ଦେଇ ସମଗ୍ର ଦୁନିଆକୁ ବିବାଦ ଘେରକୁ ଟାଣି ଆଣିଛନ୍ତି।

wp:html /wp:html

ତେବେ ନିକଟରେ ଏକ ସାକ୍ଷାତକାରରେ ଏପରି କହିଛନ୍ତି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ସେ ଫିଲ୍ମ କାଶ୍ମୀର ଫାଇଲସ୍‌ କାଶ୍ମୀର ପଣ୍ଡିତଙ୍କ ହତ୍ୟାକାଣ୍ଡକୁ ନେଇ ଦର୍ଶାଇଛି। ଏହା ବ୍ୟତୀତ ସେ କହିଥିଲେ କି, ଯଦି ହିଂସା ଏବଂ ଧର୍ମର ମାପରେ ଓଜନ କରାଯାଏ, ତେବେ କିଛି ସମୟ ପୂର୍ବରୁ ଗୋଟିଏ ଟ୍ରକ୍‌ରେ ଭର୍ତ୍ତି ହୋଇଥିବା ଗାଇକୁ ନେଇକି ଯାଉଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବରେ ମାଡ ଦିଆଯାଉଛି । ପରେ ଜୟ ଶ୍ରୀ ରାମ ଜପ କରିବାକୁ କୁହାଯାଉଛି। କାହିଁକି କୁହନ୍ତୁ... ତାହାଲେ ମୋତେ କୁହନ୍ତୁ ଏହି ଦୁଇଟି ଘଟଣାର ପାର୍ଥକ୍ୟ କ’ଣ? , ମୋ ମତରେ ଏଭଳି ପରିସ୍ଥିତିରେ କୌଣସି ପ୍ରକାରର ଭେଦଭାବ କରିବା ଉଚିତ୍‌ ନୁହେଁ ।

wp:html /wp:html wp:html /wp:html

ସାଇ ପଲ୍ଲବୀଙ୍କ ଏହି ମନ୍ତବ୍ୟ ଶୁଣି ନାନା ପ୍ରକାରର ବିବାଦ ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଅନେକ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ସାଇ ପଲ୍ଲବୀଙ୍କ ବିବୃତ୍ତିରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଏ ସପକ୍ଷରେ ତ ଆଉ କିଏ ବିପକ୍ଷରେ କହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.