ପସନ୍ଦର ଖାଦ୍ୟ ପାଇଁ ଗ୍ରାହକଙ୍କ ପସନ୍ଦ ଶ୍ରୀ ସାଇ କ୍ରିଷ୍ଣା ହୋଟେଲ୍‌, ବରଗଡ଼ର ନୂଆ ଫୁଡ୍‌ ହବ୍‌

Published By : Prameya-News7 Bureau | October 16, 2021 IST

ବରଗଡ଼, ୧୬/୧୦: ବରଗଡ଼ରେ ମିଳିବ ଏବେ ବାହାର ରାଜ୍ୟର ସ୍ୱାଦିଷ୍ଟ ବ୍ୟଞ୍ଜନ । ସ୍ଥାନୀୟ ଖାଦ୍ୟ ସହ ବିଭିନ୍ନ ପ୍ରକାରର ୱେଷ୍ଟର୍ଣ୍ଣ ଫାଷ୍ଟଫୁଡ୍‌ର ମଜା ନେଇପାରିବେ ଗ୍ରାହକ । ବାନ୍ଦୁଟିକ୍ରା ଛକରେ ଥିବା ସାଇ କ୍ରିଷ୍ଣା ପ୍ୟାଲେସରେ ଆରମ୍ଭ ହୋଇଛି ଶ୍ରୀ ସାଇ କ୍ରିଷ୍ଣା ହୋଟେଲ୍‌ । ବରଗଡ଼ବାସୀଙ୍କୁ କମ୍‌ଦାମ୍‌ରେ ଭଲ ଖାଦ୍ୟ ପରଶିଦେବା ଉଦ୍ଦେଶ୍ୟରେ ହୋଟେଲ୍‌ର ମାଲିକ ସତ୍ୟଜିତ କର ଏହାର ଶୁଭାରମ୍ଭ କରିଛନ୍ତି । ମାଆ ଜ୍ୟୋସ୍ନା କର ଫିତା କାଟି ଏହି ହୋଟେଲ୍‌ର ଉଦ୍‌ଘାଟନ କରିଛନ୍ତି ।

{"id":528198,"sizeSlug":"full","linkDestination":"none"}

ବରଗଡ଼ ବାସୀଙ୍କ ପସନ୍ଦର ଖାଦ୍ୟ ଏବଂ ଲୋକଙ୍କ ଚାହିଦାକୁ ନଜରରେ ରଖି ଶ୍ରୀ ସାଇ କ୍ରିଷ୍ଣା ହୋଟେଲ ବିଭିନ୍ନ ଭେରାଇଟିର ଖାଦ୍ୟ ପରିଶିବା ପାଇଁ ଲକ୍ଷ୍ୟ ରଖିଛି । ସେଥିପାଇଁ ରାଜ୍ୟ ଓ  ଆନ୍ତରାଜ୍ୟ କୁକ୍‌ ମାନଙ୍କ ଦ୍ୱାରା ତିଆରି ସ୍ୱାଦିଷ୍ଟ ଫାଷ୍ଟ ଫୁଡ଼, ଭେଜ- ନନଭେଜ ମିଲ, ଇଣ୍ଡିଆନ୍‌, ଚାଇନିଜ ତନ୍ଦୁର, ଭେଜ-ନନଭେଜ ବିରିୟାନି ଓ ଥଣ୍ଡାପାନୀୟ ସହ  ଆଇସକ୍ରିମ୍‌ର ସୁବ୍ୟବସ୍ଥା କରିଛି । ଗ୍ରାହକଙ୍କ ଅର୍ଡର ମୁତାବକ ଶୀଘ୍ର ଖାଦ୍ୟ ପରଶିଦେବା ପାଇଁ ଆବଶ୍ୟକ ମୁତାବକ ବ୍ୟବସ୍ଥା କରାଯାଇଛି ।

{"id":528209,"sizeSlug":"full","linkDestination":"none"}

ଶ୍ରୀ ସାଇ କ୍ରିଷ୍ଣା ହୋଟେଲ୍‌ରେ ଗ୍ରାହକ ଶୀତ ତାପ ନିୟନ୍ତ୍ରିତ କକ୍ଷରେ ପରିବାର ସହ ଖାଇବାର ମଜା ନେଇ ପାରିବେ । ତେବେ ପ୍ରଥମ ଥର ପାଇଁ ବରଗଡ଼ରେ ଏପରି ଏକ ହୋଟେଲ ଖୋଲିଛି । ଯାହା କି ଲୋକଙ୍କ ମୁହଁରେ ନୂଆ ସ୍ୱାଦ ଦେଇ ପାରିବ ବୋଲି ଆଶା ରଖିଛନ୍ତି ହୋଟେଲ ମାଲିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.