ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

କରୋନା ଆତଙ୍କ ମଧ୍ୟରେ ଜାରି ରହିଛି ସାହୀନବାଗରେ ଧାରଣା, ପଛକୁ ହଟୁନାହାଁନ୍ତି ପ୍ରଦର୍ଶନକାରୀ

13/03/2020 at 9:17 PM

ନୂଆଦିଲ୍ଲୀ, ୧୩|୦୩:  ଭଗବାନ ବହୁତ ଶକ୍ତିଶାଳୀ। ସେ ଚାହିଁଲେ ବଡ ବଡ ବିପଦ ଦୂରେଇଯିବ। କୋରାନ ପଢିବା ଦ୍ୱାରା ଅଘଟଣ ମଧ୍ୟ ଟଳିଯିବ। ଏହା କହି ସାହୀନବାଗ ଧାରଣାସ୍ଥଳରେ କୋରାନ ପଢୁଛନ୍ତି ହୀନା ଅହମ୍ମଦ। ଭଗବାନଙ୍କ ଆଶୀର୍ବାଦରେ ଦିଲ୍ଲୀର ଥଣ୍ଡା ଦୂରେଇବା ଭଳି କରୋନା ମଧ୍ୟ ଚାଲିଯିବ ବୋଲି ସେ ଆଶା କରିଛନ୍ତି।

ହୀନାଙ୍କ ଭଳି ଅନେକ ମହିଳା ସାହୀନବାଗରେ ଏକ ମାସ ଧରି ଧାରଣା ଦେଉଛନ୍ତି।ସେମାନେ କେନ୍ଦ୍ର ସରକାର ଆଣିଥିବା ସିଏଏକୁ ଫେରସ୍ତ ନେବା ପାଇଁ ଦାବି କରୁଛନ୍ତି। ଏହି ସ୍ଥାନରେ ଗତ ମାସ ଓ ଆଜି ମଧ୍ୟରେ ଅନେକ ଫରକ ଦେଖିବାକୁ ମିଳିଥିଲା।ସାରା ବିଶ୍ୱ କରୋନା ଭାଇରସକୁ ନେଇ ଭୟଭୀତ ଥିବା ବେଳେ ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି।

କେନ୍ଦ୍ରଠୁ ରାଜ୍ୟ ସରକାର ସମସ୍ତେ କରୋନା ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ଏପରିକି ବିଭିନ୍ନ କାର୍ଯ୍ୟକ୍ରମ, ସଭା ସମିତିର ଆୟୋଜନ ଉପରେ ରୋକ ଲାଗିଛି। ସରକାର ଲଗାତାର ଭାବେ ଲୋକଙ୍କୁ ସଚେତନ କରୁଛନ୍ତି। ସର୍ବସାଧାରଣ ସ୍ଥାନଠୁ ଦୂରରେ ରହିବା ପାଇଁ ପରାମର୍ଶ ମଧ୍ୟ ଦେଉଛନ୍ତି। ଏପରି ସ୍ଥଳେ ସାହୀନବାଗର ଧାରଣାକୁ ନେଇ ପ୍ରଶ୍ନ ସୃଷ୍ଟି ହେବା ସହ ସରକାରଙ୍କ ପାଇଁ ଚିନ୍ତା ମଧ୍ୟ ବୃଦ୍ଧି ପାଇଛି। ତେବେ ଧାରଣା ଦେଉଥିବା ମହିଳାମାନେ ମଧ୍ୟ ପଛକୁ ହଟୁନାହାଁନ୍ତି। ଯଦି ଥଣ୍ଡା ଓ ବର୍ଷାକୁ ସେମାନେ ଖାତିର କରିନାହାଁନ୍ତି କରୋନାକୁ କାହିଁକି ଡରିବେ ବୋଲି ଯୁକ୍ତି କରୁଛନ୍ତି।

ତେବେ ସେମାନେ ସଚେତନ ଅଛନ୍ତି। ମାସ୍କ ପିନ୍ଧି ଧାରଣା ଦେଉଛନ୍ତି। ଏପରିକି ଆସିଫ ନାମକ ଜଣେ ବ୍ୟକ୍ତି ଧାରଣାସ୍ଥଳରେ ଏକ ହଜାର ମାସ୍କ ବାଣ୍ଟିଛନ୍ତି।

   Related Posts