Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଆଜି ଓଡିଶା ଆସିବ ସହିଦ ଓଡିଆ ଯବାନଙ୍କ ପ୍ରାର୍ଥୀବ ଶରୀର

19/06/2019 at 9:12 AM

ଭୁବନେଶ୍ବର ୧୯|୬: ଆଜି ଓଡିଶା ଆସିବ ସହିଦ ଓଡିଆ ଯବାନ ଅଜିତ କୁମାର ସାହୁଙ୍କ ପ୍ରାର୍ଥୀବ ଶରୀର । ଭୁବନେଶ୍ବର ଏୟାରପୋର୍ଟରୁ କାମାକ୍ଷାନଗର ନିଆଯିବ ମରଶରୀର । ପୈତୃକ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦଙ୍କ ଶେଷକୃତ୍ୟ କରାଯିବ । ଦୁଃଖରେ ମ୍ରିୟମାଣ ହୋଇପଡିଥିବା ପରିବାର ଓ ଗାଁ ଲୋକେ  ଚାହିଁ ବସିଛନ୍ତି ବୀର ଯବାନଙ୍କ ଶେଷ ଦର୍ଶନ ପାଇଁ ।

ଜାମ୍ମୁର ଅନନ୍ତନାଗରେ ଆତଙ୍କବାଦୀଙ୍କ ମୁକାବିଲା ବେଳେ ସହିଦ ହୋଇଯାଇଛନ୍ତି କାମାକ୍ଷାନଗର ବଡ଼ସୁଆଁଳ ଗାଁର ଅଜିତ୍ । ୨୦୧୫ରେ ସେନାରେ ଯୋଗ ଦେଇଥିଲେ ଅଜିତ୍ । ପ୍ରଥମେ କୋଲକାତାରେ ଜଏନ୍ କରିଥିଲେ ।  ବଦଳି ହୋଇଥିଲା ଜମ୍ମୁକୁ । ସେ ୪୪ ରାଷ୍ଟ୍ରୀୟ ରାଇଫଲ୍ସରେ କାର୍ଯ୍ୟରତ ଥିଲେ ।

ବୀର ପୁଅକୁ ହରାଇ ପରିବାର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ । ଆତଙ୍କୀଙ୍କ ସହ ମୁକାବିଲାରେ ସହିଦ୍ ହେବା ପୂର୍ବରୁ ମରନା ନୈହିଁ, ମାରନା ହୈ ବୋଲି ଜଣେ ସାଙ୍ଗ ନିକଟକୁ ଶେଷ ଟୁଇଟ୍ କରିଥିଲେ ଅଜିତ । ଦେଶ ମାତୃକାର ସେବା ପାଇଁ ସେ ସହିଦ୍ ହୋଇଯାଇଛନ୍ତି  । ବୀର ପୁଅକୁ ହରାଇ ଶୋକରେ ଡୁବିଛି ବଡସୁଆଁଳ ଗାଁ । କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ।

   Related Posts