ଚଳିତ ବର୍ଷଠୁ ଲାଗୁ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ, ଉପକୃତ ହେବେ ୩ ଲକ୍ଷ ଛାତ୍ରଛାତ୍ରୀ

Published By : Prameya-News7 Bureau | September 05, 2024 IST

ଭୁବନେଶ୍ବର ୫।୯: ଚଳିତ ବର୍ଷଠୁ ଲାଗୁ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ରୋକିବାକୁ ମୋହନ ସରକାରଙ୍କ ନୂଆ ଯୋଜନାକୁ ରାଜ୍ୟ କ୍ୟାବିନେଟ୍‌ର ମୋହର । ବିଧାନସଭାରେ ଘୋଷଣା କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । 

ଚଳିତ ବର୍ଷ ଏହି ଯୋଜନାରେ ୩ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଅଷ୍ଟମରୁ ଉତ୍ତୀର୍ଣ୍ଣ ହୋଇ ନବମ ଯାଇଥିବେ ଏବଂ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶକୁ ଯାଇଥିବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ଯୋଜନା ପାଇଁ ଖର୍ଚ୍ଚ ହେବ ୧୫୬ କୋଟି ଟଙ୍କା ।

You Can Read:

ଶୂନ୍ୟକାଳରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ, ମୁହାଁମୁହିଁ ହେଲେ ଶାସକ-ବିରୋଧୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.