ଆଫ୍ରିଦିଙ୍କୁ ବିରାଟଙ୍କ ଭବିଷ୍ୟତ ନେଇ ପ୍ରଶ୍ନ କଲେ ୟୁଜର, ୫ଟି ଶବ୍ଦରେ ମିଳିଲା କଡା ଜବାବ

Published By : Prameya-News7 Bureau | August 22, 2022 IST

ନୂଆଦିଲ୍ଲୀ, ୨୨|୦୮: ଭାରତୀୟ କ୍ରିକେଟ୍ ଟିମ୍ ଚଳିତ ମାସ ଶେଷ ଆଡକୁ ପାକିସ୍ତାନ ବିପକ୍ଷରେ ଦିନିକିଆ ମୁକାବିଲାରେ ମୁହାଁମୁହିଁ ହେବ । ଉଭୟ ଦଳ ଏସିଆ କପରେ ପରସ୍ପରକୁ ଭେଟିବେ । ଏହି ମ୍ୟାଚକୁ ଫ୍ୟାନ୍ସ ଅନାଇ ବସିଛନ୍ତି । ଉତ୍ସାହିତ ମଧ୍ୟ ଅଛନ୍ତି । ଏହାସହ ଗତ ୧୦୦୦ ଦିନ ଧରି ଅନ୍ତର୍ଜାତୀୟ ଶତକ ଲଗାଇ ନଥିବା ବିରାଟ କୋହଲି ବଡ ସ୍କୋର କରିବେ ନେଇ ଫ୍ୟାନମାନେ ଆଶା ରଖିଛନ୍ତି ।  

ସବୁଠାରୁ ବଡ କଥା ହେଉଛି ଯେ, ୫ ମାସ ହେଲା ବିରାଟ କୌଣସି ଅନ୍ତର୍ଜାତୀୟ ମ୍ୟାଚରେ ଅର୍ଦ୍ଧଶତକ ମଧ୍ୟ ଲଗାଇ ନାହାଁନ୍ତି । ଏବେ ପ୍ରଶଂସକ ତାଙ୍କର ଭବିଷ୍ୟତକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ କୋହଲିଙ୍କ ଭବିଷ୍ୟତକୁ ନେଇ କିଛି ୟୁଜର ସାହିଦ ଆଫ୍ରିଦିଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ଏହି ପ୍ରଶ୍ନର କଡା ଜବାବ ରଖିଥିଲେ ଆଫ୍ରିଦି ।  

wp:html /wp:html

ସୂଚନାନୁସାରେ, ଆଫ୍ରିଦିଙ୍କୁ ଟ୍ୱିଟର ଆକାଉଣ୍ଟରେ କିଛି ୟୁଜର ପ୍ରଶ୍ନ ପଚାରିଥିଲେ । କୋହଲିଙ୍କ ଭବିଷ୍ୟତକୁ ନେଇ କଣ କହିବେ ବୋଲି ପ୍ରଶ୍ନ କରିଥିଲେ । ଏହାର ଜବାବ ମାତ୍ର ୫ଟି ଶବ୍ଦରେ ଦେଇଥିଲେ ଆଫ୍ରିଦି । ଏହା ତାଙ୍କର ନିଜ ହାତରେ ଅଛି ବୋଲି ଆଫ୍ରିଦି କହିଥିଲେ ।

wp:html /wp:html

ଆଉ ଜଣେ ୟୁଜର କୋହଲି ୧୦୦୦ ଦିନ ହେବ ଶତକ ଲଗାଇ ନାହାଁନ୍ତି ବୋଲି ପଚାରିଥିଲେ । ଏହାର ଜବାବରେ କୋହଲି ବଡ ଖେଳାଳି କଠିନ ସ୍ଥିତିରେ ହିଁ ନିଜର ଦମ୍ ଦେଖାଇଥାନ୍ତି ବୋଲି ରିପ୍ଲାଏ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.