Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଂଲାଦେଶ ଟିମ୍‌କୁ ଝଟ୍‌କା, ଏହି ଖେଳାଳୀକୁ ୧୦ ମାସ ଯାଏଁ ସସ୍‌ପେଣ୍ଡ କଲା ICC

15/07/2022 at 9:08 AM

ନୂଆଦିଲ୍ଲୀ ୧୫।୦୭: ବାଂଲାଦେଶର ଦ୍ରୁତ ବୋଲର ଶାହିଦୁଲ ଇସଲାମଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ପକ୍ଷରୁ ନିଲମ୍ବିତ କରାଯାଇଛି। ବାସ୍ତବରେ, ଏହି ବାଂଲାଦେଶର ଦ୍ରୁତ ବୋଲର ଆଣ୍ଟି-ଡୋପିଂ କୋଡର ଧାରା ୨.୧ ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏବେ ତାଙ୍କୁ ଆଗାମୀ ୧୦ ମାସ ପାଇଁ କ୍ରିକେଟ୍‌ ମଇଦାନରେ ଖେଳିବାର ଶାହିଦୁଲ ଇସଲାମଙ୍କୁ ଦେଖିବାକୁ ମିଳିବ ନାହିଁ ।

ସେହିପରି ଏହାପୂର୍ବରୁ ୪ ମାର୍ଚ୍ଚ ୨୦୨୨ରେ, ଢାକାରେ ଆଇସିସିର ଆଉଟ୍‌ ଅଫ୍‌ କମ୍ପିଟିଶନ୍‌ ତଥା ପରୀକ୍ଷଣ ପ୍ରତିଯୋଗିତା କାର୍ଯ୍ୟକ୍ରମରୁ ଏହି ଖେଳାଳିଙ୍କ ସାମ୍ପଲ୍‌ ନିଆଯାଇଥିଲା। ଏନେଇ ଆଇସିସି ନିଜ ବିବୃତ୍ତିରେ କହିଛନ୍ତି ଯେ ଶାହିଦୁଲ ଇସଲାମ ଅଜାଣତରେ ଏହି ଭୁଲ କରିଛନ୍ତି। କୁହାଯାଇଛି କି ସେ ଭୁଲରେ ଔଷଧ ଭାବି ଏହାକୁ ଖାଇଛନ୍ତି। ଏହା ବ୍ୟତୀତ କୁହାଯାଇଛି କି ଏହି ଔଷଧ ଡାକ୍ତରୀ କାରଣରୁ ଅବୈଧ ବୋଲି ସ୍ଥିର ହୋଇଛି। ଏଥି ସହିତ, ଏହି ୨୭ ବର୍ଷୀୟ ଦ୍ରୁତ ବୋଲର ଏହି ଉଲ୍ଲଂଘନକୁ ସ୍ୱୀକାର କରିବା ସହ ୧୦ ମାସର ନିଲମ୍ବନକୁ ମଧ୍ୟ ଗ୍ରହଣ କରିଛନ୍ତି। ତେଣୁ ସେ ୨୮ ମାର୍ଚ୍ଚ ୨୦୨୩ ରେ କ୍ରିକେଟ୍କୁ ଫେରିବେ। ଶାହିଦୁଲ ବାଂଲାଦେଶ ପାଇଁ କେବଳ ଗୋଟିଏ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିଲେ ।

   Related Posts