scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୩ଲକ୍ଷ ମାଚିସ୍ କାଠିରେ ତିଆରି କରିଛନ୍ତି ତାଜମହଲ୍: ଗିନିଜ୍ ୱାର୍ଲଡ ରେକର୍ଡ କରିବାକୁ ରଖିଛନ୍ତି ଲକ୍ଷ୍ୟ

3/10/2020 at 7:08 PM

କୋଲକାତା ୦୩/୧୦ : ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରେ ରହୁଥିବା ୨୨ ବର୍ଷିୟ ସହେଲି ପାଲ ୩ ଲକ୍ଷ ମାଚିସ୍ କାଠିରେ ତାଜମହଲର ପ୍ରତିରୂପ ତିଆରି କରିଛନ୍ତି। କୃଷ୍ଣାନଗର ଘୁରନି ଅଞ୍ଚଳରେ ରହୁଥିବା ସହେଲି ପାଲ ଇରାନର ମେସମ୍ ରହମାନୀଙ୍କ ଗିନିଜ୍ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି। ମେସମ୍ ରହମାନୀ ୨୦୧୩ ମସିହାରେ ୧ ଲକ୍ଷ ୩୬ ହଜାର ୯୫୧ ମାଚିସ୍ କାଠିରେ ୟୁନେସ୍କୋର ଲୋଗୋ ତିଆରି କରିଥିଲେ।

କୋଲକାତା ବିଶ୍ୱ ବିଦ୍ୟାଳୟରେ ଇଂରାଜୀରେ ଏମ.ଏ କରୁଥିବା ସହେଲି ପାଲ ୬ ଫୁଟ ଲମ୍ବ ୪ ଫୁଟ୍ ଚଉଡା ବୋର୍ଡରେ ତାଜମହଲର ପ୍ରତିରୂପ ତିଆରି କରିଛନ୍ତି। ଗିନିଜ୍ ୱାର୍ଲଡ ରେକର୍ଡର ଗାଇଡଲାଇନ ପାଇବା ପରେ ଅଗଷ୍ଟ ମଧ୍ୟ ଭାଗରେ କାମ ଆରମ୍ଭ କରିଥିଲେ। ସେପ୍ଟେମ୍ବର ୩୦ ତାରିଖରେ ସେ ଏହି କାମ ସମ୍ପୂର୍ଣ୍ଣ କରିଛନ୍ତି। ଏହି କଳାକୃତିର ଏକ ଭିଡିଓ ତିଆରି କରାଯାଇଛି । ଏହି ଭିଡିଓକୁ ଖୁବ ଶୀଘ୍ର ଗିନିଜ୍ ୱାର୍ଲଡ ରେକର୍ଡ ଅଧିକାରୀଙ୍କୁ ପଠାଯିବ।

ସହେଲି ପାଲ କହିଛନ୍ତି, ତାଜମହଲ ପ୍ରତିରୂପ ତିଆରି କରିବାରେ ସେ ଦୁଇଟି ରଙ୍ଗର ମାଚିସ୍ କାଠି ବ୍ୟବହାର କରିଛନ୍ତି ଜୀପରିକି ରାତିରେ ତାଜମହଲର ସ୍ୱରୂପ ପ୍ରଦର୍ଶିତ ହୋଇପାରିବ। ୨୦୧୮ ମସିହା ରେ ସେ ମା’ଦୁର୍ଗାଙ୍କ ମୁହଁର ସବୁଠାରୁ ଛୋଟ ମୂର୍ତ୍ତି ତିଆରି କରି ବିଶ୍ୱ ରେକର୍ଡ କରିଥିଲେ। ସହେଲି ପାଲଙ୍କ ପିତା ସୁବୀର ପାଲଙ୍କୁ ୧୯୯୧ ମସିହାରେ ମୂର୍ତ୍ତି ତିଆରି ପାଇଁ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା। ସହେଲି ପାଲଙ୍କ ଜେଜେବାପା ବୀରେନ ପାଲଙ୍କୁ ମଧ୍ୟ ୧୯୮୨ ମସିହାରେ ମୂର୍ତ୍ତି ତିଆରି ପାଇଁ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା। ସେ ନିଜ ବାପା ଓ ଜେଜେବାପାଙ୍କ ଏହି କଳାକୃତିକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି ବୋଲି ସହେଲି ପାଲ କହିଛନ୍ତି।

   Related Posts