scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନି କ୍ରିକେଟରଙ୍କ ପ୍ରେମ, ଭରପୁର ମଜା ନେଉଛନ୍ତି ଲୋକ; ଦେଖନ୍ତୁ ଭିଡିଓ

24/03/2022 at 10:41 PM

ନୂଆଦିଲ୍ଲୀ ୨୪/୦୩ : ଅଷ୍ଟ୍ରେଲିୟ କ୍ରିକେଟ ଦଳ ଏକ ଲମ୍ବା ସମୟ ବ୍ୟବଧାନ ପରେ ଏବେ ପାକିସ୍ତାନ ଗସ୍ତରେ ଅଛି। ସେଠାରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଲାହୋରର ଗଦ୍ଦାରି ଷ୍ଟାଡିୟମରେ ଏବେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ ଖେଳା ଯାଉଥିବା ସମୟରେ ପାକିସ୍ତାନର ଦୃତତମ ବୋଲର ଶାହୀନ ଶାହା ଅଫ୍ରିଦି ବୋଲିଂ କରୁଥିଲେ ଓ ତାଙ୍କ ସାମ୍ନାରେ ଥିଲେ ବ୍ୟାଟସମ୍ୟାନ ଡେବିଡ ୱାର୍ଣ୍ଣର ।  

ଆଫ୍ରିଦି ଏକ ସର୍ଟ ବୋଲିଙ୍ଗ କରିଥିଲେ ଓ ୱାର୍ଣ୍ଣର ଏହାକୁ ଡିଫେନ୍ସ କରିଥିଲେ । ଏହାପରେ ସେ କହିଥିଲେ ନୋ ରନ। କିନ୍ତୁ ବୋଲିଙ୍ଗ କରିସାରିବା ପରେ ଆଫ୍ରିଦି ନିଜ ଫଲୋଥ୍ରୋରେ ୱାର୍ଣ୍ଣରଙ୍କ ପାଖକୁ ଚାଲିଯାଇଥିଲେ ଓ ସେ ଦୁଇ ଜଣ ପରସ୍ପର ପାଖରେ ଛିଡ଼ା ଉଭୟଙ୍କୁ ଦେଖିଥିଲେ ।    

ପରେ ଦୁଇ ଜଣ ଖେଳାଳୀ ପରସ୍ପରକୁ ଦେଖି ହସିଥିଲେ । କିନ୍ତୁ ଏହି ଦୁଇଖେଳାଳୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି । ଏହି ଫଟୋକୁ ନେଇ ଏବେ ଅନେକ ମେମ୍ସ, ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଦୁଇ ଖେଳାଳୀଙ୍କ ମଧ୍ୟରେ ଏହି ବିଶେଷ ମୁହୁର୍ତ୍ତର ଫଟୋ ବେଶ ମଜାଦାର ହୋଇଛି । ଏପରିକି ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ଏହି ଦୁଇ ଖେଳାଳୀଙ୍କ ଭିଡିଓକୁ ଟୁଇଟରରେ ସେୟାର କରିଛି । ସେୟାର ହୋଇଥିବା ଭିଡିଓରେ ଅଷ୍ଟ୍ରେଲିଆ କ୍ରିକେଟର ପେଟ କ୍ୟୁମିନ୍ସ ଓ ମାର୍ନସ ଲାବୁସଗେନ  ହସୁଥିବାର ଦେଖାଯାଇଛି ।

କିନ୍ତୁ ପରେ ଏହାକୁ ନେଇ ଟୁଇଟରରେ ମେମ୍ସର ଝଡ଼ ସୃଷ୍ଟି ହୋଇଛି । ଟୁଇଟରରେ ଏଥିପାଇଁ କିପରି ମେମ୍ସ ଭାଇରାଲ ହୋଇଛି ଆସନ୍ତୁ ଦେଖିବା    

   Related Posts