ବରଯାତ୍ରୀ ବସ୍‌ ଦୁର୍ଘଟଣା : ମୃତାହତଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ଘୋଷଣା

Published By : Prameya-News7 Bureau | February 09, 2020 IST

ବ୍ରହ୍ମପୁର ୯।୨:  ବ୍ରହ୍ମପୁର ତଳୁ ନିକଟରେ ଏକ ବରଯଆତ୍ରୀ ବସ୍‌ରେ ନିଆଁ ଲାଗି ମୃତାହତ ଘଟଣା । ୧୧କେଭି ବିଦ୍ୟୁତ ତାରା ଲିଗା ବସ୍‌ଟି ଜଳିଯାଇଛି । ଘଟଣାରେ ମୃତାହତଙ୍କ ପାଇଁ ଅନୁକମ୍ପା ଘୋଷଣା କରାଯିବ ସହ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ଆହତ ଥିବା ବ୍ୟକ୍ତିମାନଙ୍କୁ ମାଗଣାରେ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ତୁଳୁ ନିକଟରେ ଏକ ବରଯାତ୍ରୀ ବସ୍ ରେ ନିଆଁ ଲାଗିଯାଇଥିଲା । ୧୧ କେ.ଭି. ବିଦ୍ୟୁତ୍ ତାର ଲାଗିଯିବା ଫଳରେ ବସ୍ ଟି ଜଳି ଯାଇଥିବା ସୂଚନା ମିଳିଛି । ଫଳରେ ବସ୍ ରେ ଥିବା ୩୭ ଜଣଙ୍କ ମଧ୍ୟରୁ ୮ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି  । ଅନେକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଲୋକଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସ୍ଥାନୀୟଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.