ଚଣ୍ଡିଖୋଲ ୨୮।୦୯: ୨୦୧୮ ମସିହାରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ କାର୍ଯ୍ୟରତ ପତରାଜପୁର ଗାଁର ଗୃହରକ୍ଷୀଙ୍କ ଶତ୍ରୁଘ୍ନ ବେହେରାଙ୍କ ଦେହାନ୍ତ ହୋଇଥିଲା । ଦେହାନ୍ତକୁ ଇତିମଧ୍ୟରେ ୩ ବର୍ଷ ହୋଇଥିବା ବେଳେ ଏବେ ସୁଦ୍ଧା ତାଙ୍କ ପରିବାରକୁ କୌଣସି ପ୍ରକାର ସହାୟତା ମିଳିପାରିନଥିଲା । ଘରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ପରିବାରର ୬ଜଣ ଲୋକ ବହୁ କଷ୍ଟରେ ଦିନ କାଟୁଥିଲେ । ଏନେଇ ଏସ୍ପିଙ୍କ ଠାରୁ ପ୍ରିନ୍ସପାଲ ସେକ୍ରେଟାରୀଙ୍କ ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରାଯାଇଥିଲା ।
wp:html /wp:htmlତେବେ ଏବେ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏନେଇ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସ୍ୱର୍ଗତ ଶତ୍ରୁଘ୍ନଙ୍କ ପରିବାର ପାଖରେ ପହଁଚି ୪ ଲକ୍ଷ ଟଙ୍କାର ଚେକ୍ ତାଙ୍କ ପତ୍ନୀ ସୀତା ବେହେରାଙ୍କୁ ପ୍ରଦାନ କରିଛନ୍ତି । ଏହାସହ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ । ଆଗାମୀ ଦିନରେ ଆଉ ଯାହା ଅନ୍ୟ ସବୁ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।