ଅର୍ଥନୀତି ପାଇଁ ଭଲ ଖବର: ପ୍ରଥମ ଭରତୀୟ କମ୍ପାନୀ ଭାବେ ମେମୋରି ଚିଫ୍ ଉତ୍ପାଦନ କଲା ସହସ୍ର ସେମିକଣ୍ଡକ୍ଟର୍ସ
28/10/2023 at 9:13 PM

ଜୟପୁର: ପ୍ରଥମ ଭାରତୀୟ କମ୍ପାନୀ ଭାବେ ଟାଟା ଆଇଫୋନ୍ ତିଆରି କରିବାକୁ ବାହାରିଥିବା ବେଳେ ଏବେ ମେମୋରି ଚିଫ୍ ନିର୍ମାଣରେ ବି ଭାରତୀୟ କମ୍ପାନୀକୁ ଆଉ ଏକ ସଫଳତା ମିଳିଛି। ରାଜସ୍ଥାନରେ ସହସ୍ର ସେମିକଣ୍ଡକ୍ଟର ଦେଶର ପ୍ରଥମ କମ୍ପାନୀ ଭାବେ ମେମୋରୀ ଚିଫ୍ ପ୍ରଡକ୍ସନ କରିବାରେ ସଫଳ ହୋଇଛି। ଏମିତିକି ମେମୋରି ଚିଫ୍ ତିଆରିରେ ଅଭିଜ୍ଞତା ଥିବା ମାକ୍ରୋନ୍ ପୂର୍ବରୁ ସହସ୍ର ସେମିକଣ୍ଡକ୍ଟର୍ସ କମ୍ପାନୀ ଏହାର ପ୍ରଡକ୍ସନ କରି ରପ୍ତାନୀ ଆରମ୍ଭ କରିଛି।
ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ସହସ୍ର କମ୍ପାନୀ ଚଳିତ ମାସ ଆରମ୍ଭରେ ଭିୱାଡ଼ି ଜିଲ୍ଲାରେ ନିଜର ସେମିକଣ୍ଡକ୍ଟର ଆସେମ୍ବଲ, ଟେଷ୍ଟ ଓ ପ୍ୟାକେଜିଂ ୟୁନିଟରେ ମେମୋରି ଉତ୍ପାଦନ ଆରମ୍ଭ କରିଥିଲା। କମ୍ପାନୀ ବିଭିନ୍ନ ଇ-କମର୍ଶ ପ୍ଲାଟ୍ଫର୍ମକୁ ଏହାର ପ୍ରଥମ ପର୍ଯ୍ୟାୟ ରପ୍ତାନୀ ମଧ୍ୟ କରିସାରିଛି।
କମ୍ପାନୀର ସଫଳତା ନେଇ ପରିଚାଳନା ନିର୍ଦ୍ଦେଶକ(ମ୍ୟାନେଜିଂ ଡାଇରେକ୍ଟର) ଅମୃତ ମନୱାନୀ କହିଛନ୍ତି ଯେ ଆମେ ପ୍ରଥମ ଭାରତୀୟ କମ୍ପାନୀ ଭାବେ ଭାରତରେ ତିଆରି ମାଇକ୍ରୋ ଏସ୍ଡି କାର୍ଡ ଉତ୍ପାନ କରିବା ସହ ବିକ୍ରି କରିପାରିଛୁ। ଉତ୍ପାଦନକୁ ନେଇ ଆମକୁ ଖୁବ୍ ଭଲ ରେସ୍ପନ୍ସ ମିଳିଛି।
କମ୍ପାନୀର ଉତ୍ପାଦନ ନେଇ ସେ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା କମ୍ପାନୀ ୩୦ ପ୍ରତିଶତ କ୍ଷମତା ସହ ଉତ୍ପାଦନ କରିବ। ୨୦୨୪ରେ କମ୍ପାନୀ ପୂରା କ୍ଷମତା ସହ କାର୍ଯ୍ୟ କରିବ। ସେହିପିର ଦ୍ୱିତୀୟ ପର୍ଯ୍ୟାୟରେ ଇଣ୍ଟରନାଲ ମେମୋରୀ ଚିଫ୍ର ଉନ୍ନତ ପ୍ୟାକେଜିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ମନୱାନୀ କହିଛନ୍ତି।
ପଢ଼ନ୍ତୁ-କ୍ଷତିରେ ଚାଲିବା ଯୋଗୁ ବିକିବାକୁ ଚାହୁଁଥିଲେ ସରକାର, ମାତ୍ର ୩ ମାସରେ ଉପାର୍ଜନ କରିଦେଲା ୮,୫୦୦ କୋଟି ଲାଭ
କେନ୍ଦ୍ର ସରକାରଙ୍କର ଦୁଇଟି ଯୋଜନା କମ୍ପାନୀକୁ ଏହି ସଫଳତା ପାଇବାର ସହାଯ୍ୟ କରିଛି। ସାମଗ୍ରୀ କିଣିବା ଓ ହ୍ୱାଇଟ୍ ଗୁଡ୍ସ(ଧଳା ରଙ୍ଗର ଫ୍ରିଜ୍, ୱାଶିଂମେସିନ ଆଦି ଇଲେକ୍ଟ୍ରିକ ଜିନିଷ) ପାଇଁ ପିଏଲ୍ଆଇ ସ୍କିମ୍(ଉତ୍ପାଦନ ଜଡ଼ିତ ପ୍ରୋତ୍ସାହନ ରାଶି) ଓ ଏସ୍ପିଇସି( ଇଲେକ୍ଟ୍ରୋନିକ ସାମଗ୍ରୀ ଓ ସେମିକଣ୍ଡକ୍ଟର ତିଆରିକୁ ପ୍ରଚାର ପାଇଁ ଯୋଜନା) ସ୍କିମ ସହଯୋଗ କରିଛି।
କେନ୍ଦ୍ର ସରକାରଙ୍କର ଏସ୍ପିଇସି ଯୋଜନା ଅନୁସାରେ, ଚିପ୍ ଉତ୍ପାଦକ କମ୍ପାନୀ ତାଙ୍କର ସ୍ଥାପନା ଖର୍ଚ୍ଚ ଓ ଉତ୍ପାଦନ ବିସ୍ତାର ପାଇଁ ହୋଇଥିବା ଖର୍ଚ୍ଚର ୨୫ ପ୍ରତିଶତ ପାଇବାକୁ ଯୋଗ୍ୟ ହେବେ। ତେଣୁ ସହସ୍ର ଆଗକୁ ଏହି ଦୁଇ ଯୋଜନାର ଲାଭ ଉଠାଇ ବ୍ୟବସାୟକୁ ବଢ଼ାଇବାକୁ ଚେଷ୍ଟା କରିବ।