twitter ରେ ଲାଇଭ ହେଲେ ଶାହରୁଖ, କହିଲେ-ବାଘ ଇଣ୍ଟରେଭ୍ୟୁ ଦିଏନା, ଦେଖିବାକୁ ଅଛି ତ ଜଙ୍ଗଲକୁ ଆସ..
28/01/2023 at 5:41 PM

ମୁମ୍ବାଇ ୨୮।୧: ବଲିଉଡ୍ ଫିଲ୍ମ ‘ପଠାନ’ର ସଫଳତାରେ ପୁରା ଟିମ୍ ଏବେ ଖୁସ୍। ଦୀର୍ଘ ଦିନ ପରେ ପ୍ରେକ୍ଷାଳୟମାନଙ୍କରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ଶାହରୁଖଙ୍କ ଫ୍ୟାନଙ୍କ ଲାଗି ଏହା କୌଣସି ଉତ୍ସବ ଠାରୁ କମ୍ ନୁହେଁ। ଫିଲ୍ମ ପ୍ରତିଦିନ ଆୟର ନୂଆ ରେକର୍ଡ କରୁଛି। ଫିଲ୍ମର ସଫଳତାକୁ ନେଇ ଶନିବାର ଶାହରୁଖ ଟ୍ୱିଟରରେ ଲାଇଭ ଆସିଥିଲେ। ଫିଲ୍ମ ପଠାନର ପ୍ରମୋସନ ଲାଗି ଶାହରୁଖ ଏଥର ସୋସିଆଲ ମିଡିଆକୁ ମାଧ୍ୟମ କରିଥିଲେ। ଏଥିରେ ସେ ‘ହାସ୍ ଆସ୍କ ଶାହରୁଖ’ ସେସନ ଚଳାଇ ଫ୍ୟାନସ୍ଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି।
Maine socha Sher interview nahi karte toh iss baar main bhi nahi karunga!!! Bas Jungle mein aakar dekh lo. #Pathaan https://t.co/ORPf0LkKh9
— Shah Rukh Khan (@iamsrk) January 28, 2023
ଶାହରୁଖ ତାଙ୍କ ଫିଲ୍ମ ପଠାନର ପ୍ରମୋସନ ପାଇଁ ଏପର୍ଯ୍ୟନ୍ତ କୌଣସିଠାରେ ସାକ୍ଷାତକାର ଦେଇ ନାହାନ୍ତି କି ଫିଲ୍ମର ପ୍ରମୋସନ ଲାଗି କୌଣସି ଟିଭି କାର୍ଯ୍ୟକ୍ରମକୁ ବି ଯାଇ ନାହାନ୍ତି। ତେବେ ଟ୍ୱିଟରରେ ଏକ ଗୋଷ୍ଠୀ ଶାହରୁଖଙ୍କ ବିରୋଧ କରୁଥିଲେ। ଏଥିରେ ଜନୈକ ଫ୍ୟାନ କୌଣସି ପ୍ରମୋସନ ବିନା ତାଙ୍କ ଫିଲ୍ମ ବକ୍ସ ଅଫିସରେ କିପରି ସଫଳ ହେଲା ସେ ନେଇ ପ୍ରଶ୍ନ କରିଛନ୍ତି। ଏହାର ଜବାବ ଦେଇ ଶାହରୁଖ ନିଜର ତୁଳନା ଜଙ୍ଗଲର ବାଘ ସହ କରିଛନ୍ତି।
ଶାହରୁଖ କହିଛନ୍ତି ଯେ ‘ମୁଁ ଭାବିଲି ବାଘ କାହାରିକୁ ଇଣ୍ଟରେଭ୍ୟୁ ଦିଏନା। ଏଣୁ ମୁଁ ବି କାହାରିକୁ ସାକ୍ଷାତକାର ଦେବନି ବୋଲି ଭାବିଲି। ଯାହାର ଦେଖିବାର ଇଛା ସେ ଜଙ୍ଗଲକୁ ଆସି ବାଘକୁ ଦେଖୁ ’। ଏହା ସହିତ ଶାହରୁଖ ବ୍ରେକ୍ ନେଉଥିବାର ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଏବେ ବ୍ରେକ୍ ନେଉଛି ପିଲାଙ୍କ ସହ କିଛି ସମୟ ବିତାଇବି। ତେବେ ଫିଲ୍ମ ଦେଖିବାକୁ ଆସିଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ ବୋଲି ଶାହରୁଖ କହିଛନ୍ତି।
Will take a break now…need to go and be with kids. Love u all and thank u for coming to the movies!!! It’s more fun to watch films with strangers who become friends in the hall….no???
— Shah Rukh Khan (@iamsrk) January 28, 2023
ସେପଟେ ଫିଲ୍ମ ପଠାନର କଲେକ୍ସନ ଦ୍ରୁତ ଗତିରେ ବଢି ଚାଲିଛି। ଦୁଇ ଦିନରେ ଫିଲ୍ମ ଇତିହାସ ରଚିଛି। ଗତବର୍ଷ ବଲିଉଡ ଲାଗି ସମୟ ଭଲ ନଥିଲା। ଏଥିରେ ଫିଲ୍ମ ପଠାନ ସବୁ ଲାଭ ଉଠାଇ ନେଇଛି। ଫିଲ୍ମର ତୃତୀୟ ଦିନର କଲେକ୍ସନର ହିସାବରୁ ଏହା ଏ ପର୍ଯ୍ୟନ୍ତ ୧୬୧ କୋଟି ଟଙ୍କା ଆୟ କରିଛି।