ଅମିର, ସଲମନଙ୍କ ପରେ ତ୍ରିରଙ୍ଗା ସହିତ ନଜର ଆସିଲେ ସାହାରୁଖ; ମନ୍ନତରେ ପରିବାର ସହିତ ଉଡ଼ାଇଲେ ତ୍ରିରଙ୍ଗା

Published By : Prameya-News7 Bureau | August 15, 2022 IST

ମୁମ୍ୱାଇ ୧୫/୦୮: ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା, ଅଧିକାରୀ ଓ ଅଭିନେତା ମଧ୍ୟ ସାମିଲ ହୋଇଛନ୍ତି। ଏହି କ୍ରମରେ ବଲିଉଡର ଲୋକପ୍ରିୟ କଳାକାର ତଥା ଚର୍ଚ୍ଚିତ ଚେହେରା ସାହାରୁଖ ଖାଁ ମଧ୍ୟ ବାଦ ପଡିନାହାନ୍ତି। ସେ ତାଙ୍କ ଘର ମନ୍ନତରେ ତ୍ରିରଙ୍ଗା ଉଡ଼ାଇ ତାଙ୍କ ପରିବାର ସଦସ୍ୟଙ୍କ ସହିତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଫଟୋ ଶେୟାର କରିଛନ୍ତି। ଯାହାକି ଏବେ ଭାଇରାଲ ହେବା ସହିତ ଖୁବ ଚର୍ଚ୍ଚାରେ ରହିଛି।

ପ୍ରସିଦ୍ଧ ଇଣ୍ଟରିୟର ଡିଜାଇନର ତଥା ସାହାରୁଖ ଖାନଙ୍କ ସ୍ତ୍ରୀ ଗୌରି ଖାନ ମଧ୍ୟ ତାଙ୍କ ବ୍ୟକ୍ତିଗତ ଇନଷ୍ଟାଗ୍ରାମ (ସୋସିଆଲ ମିଡିଆ ପ୍ଲାଟଫର୍ମ) ପେଜରେ ଘର ଛାତ ଉପରେ ତ୍ରିରଙ୍ଗା ଉଡ଼ାଇ ଏହାର ଫଟୋ ସେୟାର କରିଛନ୍ତି। ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି ସମସ୍ତଙ୍କୁ ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭକାମନା ।

ଏହି ଫଟୋରେ ତ୍ରିରଙ୍ଗା ସାମ୍ନାରେ ପୁରା ସାହାରୁଖ ଖାନଙ୍କ ପରିବାର ସାମ୍ନାକୁ ଆସିଛନ୍ତି। ଏହି ଫଟୋରେ ସାହାରୁଖ ଖାନ, ଗୌରି ଖାନ୍‌, ବଡ଼ପୁଅ ଆର୍ଯ୍ୟନ ଖାନ ଓ ସାନପୁଅ ଅବରାମ ଖାଁ ନଜର ଆସିଛନ୍ତି। ଏଥିରେ ପୁରା ପରିବାର ଧଳାରଙ୍ଗର ପୋଷାକରେ ସାମ୍ନାକୁ ଆସିଛନ୍ତି। ଗୌରୀ ଡେନିମ ଜିନ୍ସ ସହିତ ଧଳା ରଙ୍ଗର ବ୍ଲେଜର ପିନ୍ଧିଥିବା ବେଳେ, ପୁଅ ଆର୍ଯ୍ୟନ, ଅବରାମ ଓ ସାହାରୁଖ ଧଳା ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.