ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଡିପୋଜିଟ୍ କରି ଫେରି ପାଇଲେନି ଜମାଟଙ୍କା, ପ୍ରତିବାଦରେ କଳାବ୍ୟାଜ ପିନ୍ଧି ଆନ୍ଦୋଳନ

10/06/2022 at 4:59 PM

ବ୍ରହ୍ମପୁର ୧୦/୦୬: ପୁଣି ଜମାକାରୀଙ୍କ ଆନ୍ଦୋଳନ । ଡିପୋଜିଟ୍ ଟଙ୍କା ଫେରସ୍ତ ଦାବିରେ ଆନ୍ଦୋଳନ । ତାହା ପୁଣି ନିଆରା ଢଙ୍ଗରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସିଲକ୍ ସିଟି ବ୍ରହ୍ମପୁର ସହରରେ । ଟଙ୍କା ଫେରି ପାଇବା ଦାବିରେ ଜମାକାରୀମାନେ ଟାଟାବେଞ୍ଚ ନିକଟ ସାହାରା କାର୍ଯ୍ୟାଳୟ ସମ୍ମୁଖରେ କଳାବ୍ୟାଜ୍ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଶତାଧିକ ଜମାକାରୀ ଏକତ୍ରିତ ହୋଇ ସାହାରା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତ ୨୦୧୨ ମସିହା ଠାରୁ ଜମାକାରୀ ଆଉ ଟଙ୍କା ଫେରି ପାଇନଥିବା ଅଭିଯୋଗ କରିଛନ୍ତି । ଆଜି ସାହାରା ଇଣ୍ଡିଆ ଏମ୍ ଡି ସୁବ୍ରତ ରାୟଙ୍କ ଜବ୍ମ ଦିନକୁ ପ୍ରେରଣା ଦିବସ ଭାବେ ପାଳନ କରାଯାଉଥିବା ବେଳେ ଜମାକାରୀ ମଞ୍ଚ ପକ୍ଷରୁ ଏହାକୁ କଳା ଦିବସ ଭାବେ ପାଳନ କରିଛନ୍ତି ।

ଲକ୍ଷାଧିକ ଟଙ୍କା ବର୍ଷ ବର୍ଷ ଧରି ରଖିଥିବା ବେଳେ ଜମା ଅବଧି ସରିଥିଲେ ମଧ୍ୟ ଟଙ୍କା ଫେରସ୍ତ କରୁନଥିବା ଅଭିଯୋଗ କରିଛନ୍ତି ଜମାକାରୀ ମଞ୍ଚ। ସେପଟେ ସମସ୍ତଙ୍କ ଡିପୋଜିଟ୍ ଅବଧି ସମୟ ସୀମା ସରିଥିଲେ ମଧ୍ୟ କଂପାନୀ ଟଙ୍କା ଫେରସ୍ଥ କରୁନଥିବା ଅଭିଯୋଗ କରିଛନ୍ତି ଏଜେଣ୍ଟ । ତୁରନ୍ତ ଟଙ୍କା ଫେରସ୍ଥ ନକରିଲେ ଆତ୍ମହୁତି ଦେବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ଏଜେଣ୍ଟ ।

   Related Posts