krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍କୁଟରରେ ବିକୁଥିଲେ ନମକିନ୍‌, ସାଇକେଲରୁ ଆରମ୍ଭ କରିଥିଲେ ‘ସାହାରା’ର ଯାତ୍ରା

15/11/2023 at 2:26 PM

ନୂଆଦିଲ୍ଲୀ ୧୫।୧୧: ଭାରତୀୟ ବ୍ୟବସାୟ ଜଗତର ଏକ ବଡ ନାଁ ସୁବ୍ରତ ରାୟ । ଲୋକମାନଙ୍କ ସାହାରା ଶ୍ରୀ ହୋଇଯାଇଛନ୍ତି ଅସ୍ତ । ଚିଟଫଣ୍ଡରୁ ବୀମା, କ୍ରୀଡ଼ା, ଏୟାରଲାଇନସ୍, ହୋଟେଲ, ବିୟୁଟି ପ୍ରଡକ୍ଟ, ଗଣମାଧ୍ୟମ ସଂସ୍ଥା, ସବୁ କିଛିରେ ଥିଲା ସାହାରାର ଦବଦବା । ରାଜନେତାଙ୍କ ମଧ୍ୟରେ ତାଙ୍କର ଯେତିକି ଦବ୍‌ଦବା ଥିଲା କ୍ରୀଡ଼ାବିତ, ଫିଲ୍ମ ଷ୍ଟାରଙ୍କ ସହ ଥିଲା ସୁବ୍ରତଙ୍କ ଅତି ଘନିଷ୍ଠତା ।  କ୍ରିକେଟ୍ ଏବଂ ହକି ପ୍ରତି ଥିଲା ତାଙ୍କର ଦୁର୍ବଳତା ।

ଲଣ୍ଡନରୁ ନ୍ୟୁୟର୍କ ପର୍ଯ୍ୟନ୍ତ କିଣିଥିଲେ ସମ୍ପତ୍ତି । ତାଙ୍କ ପୁଅମାନଙ୍କ ବିବାହ ଏବେ ବି ଦେଶର ସବୁଠାରୁ ବଡ ବିବାହ ବୋଲି ବିବେଚନା କରାଯାଏ । ଏହି ଦିଗ୍ଗଜ ବ୍ୟବସାୟୀଙ୍କର ସାହାରାର ଯାତ୍ରା ସାଇକେଲରୁ ହୋଇଥିଲା ଆରମ୍ଭ  । ୧୦ ଜୁନ୍ ୧୯୪୮ରେ ବିହାର ଆରାରିଆରେ ଜନ୍ମ ହୋଇଥିଲେ ସୁବ୍ରତ । ଉତ୍ତରପ୍ରଦେଶ ଗୋରଖପୁରରୁ ଆରମ୍ଭ କରିଥିଲେ ନିଜ ଚିଟଫଣ୍ଡ ସଂସ୍ଥାର ପରିକଳ୍ପନା ।

୧୯୭୮ରେ ଜଣେ ବନ୍ଧୁଙ୍କ ସହ ମିଶି ଏକ ଚିଟ୍ ଫଣ୍ଡ କମ୍ପାନୀ ଆରମ୍ଭ କରିଥିଲେ । ସାଇକେଲରେ ବୁଲି ବୁଲି ଲୋକଙ୍କ ପାଖରୁ ଆଦାୟ କରୁଥିଲେ ଟଙ୍କା । ଆଉ ତାକୁ ନିବେଶ କରି ଡବଲ୍ କରିବାର ସ୍ୱପ୍ନ ଦେଖାଇଥିଲେ ସୁବ୍ରତ୍‌ । ଗରିବଙ୍କ ସେହି ସ୍ବପ୍ନ ପୂରଣ ବି କରିଥିଲେ ସାହାରା ଶ୍ରୀ । ଗୋଟିଏ ରୁମ୍‌ ୨ଟି ଚେୟାରରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ  ମାତ୍ର କିଛି ସମୟରେ ସାରା ଦେଶରେ ହୋଇଥିଲା ଲୋକପ୍ରିୟ । ଏହାପରେ ସହରରୁ ସହର ଏବଂ ଗାଁକୁ ହୋଇଥିଲା ବିସ୍ତାର ।  

ମଧ୍ୟବିତ୍ତରୁ ନିମ୍ନବର୍ଗର ଲୋକମାନେ ସାହାରା ଉପରେ ପୁରା ବିଶ୍ୱାସ କଲେ ଏବଂ ସାହାରାରେ ନିବେଶ କରିଥିଲେ ।  ଶ୍ରମିକଙ୍କଠୁ ମାତ୍ର ୨ ଟଙ୍କା କରି ଆଦାୟ କରୁଥିବା କମ୍ପାନିରେ ଦିନେ ବଡ ବଡ ଲୋକ ବି ନିବେଶ କଲେ । ଚାହୁଁଚାହୁଁ କମ୍ପାନୀ ପାଲଟି ଯାଇଥିଲା ଦେଶର ସବୁଠୁ ବଡ଼ କମ୍ପାନୀ । ରେଲୱେ ପରେ ସବୁଠୁ ଅଧିକ ନିଯୁକ୍ତି ସାହାରା ଦେଇଥିଲା ।

୨୦୧୨ରୁ ସୁବ୍ରତ ରାୟଙ୍କ ଖରାପ ସମୟ ଆରମ୍ଭ ହୋଇଥିଲା । ବେଆଇନ ଅର୍ଥ କାରବାର, ଲୋକଙ୍କ ଟଙ୍କା ଠକିଥିବା ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା SEBI । ଏପରିକି SEBI ତଦନ୍ତ ବେଳେ ୧୨୮ଟି ଟ୍ରକରେ ଭର୍ତ୍ତି ଡକ୍ୟୁମେଣ୍ଟ ଆଣି ଚର୍ଚ୍ଚାକୁ ଆସିଥିଲେ ସୁବ୍ରତ ରାୟ । ଆଇନ ଜାଲରେ ଛନ୍ଦି ହେବା ପରେ ସାହାରାର ପ୍ରାୟ ସବୁ ବ୍ୟବସାୟ ବନ୍ଦ ହୋଇଥିଲା ।

ସୁବ୍ରତ ରାୟ ଲୋକଙ୍କ ଟଙ୍କା ଠକିଥିବା ଅଭିଯୋଗ ପରେ ୨୦୧୪ ଗିରଫ ହୋଇ ତିହାର ଜେଲ ବି ଯାଇଥିଲେ । କିନ୍ତୁ କିଛି ଦିନ ପରେ ଜାମିନରେ ଆସିଥିଲେ ।  ତେବେ ସାହାରା ଚିଟଫଣ୍ଡର ପଇସା ଫେରି ପାଇବା ପାଇଁ କେନ୍ଦ୍ର ସରକାର କିଛି ମାସ ତଳେ ରିଫଣ୍ଡ୍ ୱେବସାଇଟ୍ ଆରମ୍ଭ କରିଥିଲେ । ଏବେ ତାଙ୍କ ଦେହାନ୍ତ ପରେ ଏ ପ୍ରକ୍ରିୟା କିପରି ପରିଚାଳନା ହେବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।

You Can Read:

   Related Posts