ସାହାରା ଇଣ୍ଡିଆ ପ୍ରତିଷ୍ଠାତାଙ୍କ ଜନ୍ମଦିନକୁ କଳା ଦିବସ ଭାବେ ପାଳନ କଲେ ଜମାକାରୀ ଓ ଏଜେଣ୍ଟ
10/06/2023 at 2:52 PM

କଟକ ୧୦।୬: ସାହାରା ଇଣ୍ଡିଆ କମ୍ପାନୀ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ଜନ୍ମଦିନକୁ କଳା ଦିବସ ଭାବେ ପାଳନ କରିଛନ୍ତି ସାହାରା ଇଣ୍ଡିଆ ଜମାକାରୀ ଓ ଏଜେଣ୍ଟ । ଶନିବାର କଟକ ଚଣ୍ଡୀ ଛକରେ ଥିବା ସାହାରା ଇଣ୍ଡିଆ ଶାଖା କାର୍ଯ୍ୟାଳୟ ଆଗରେ ଜମାକାରୀ ଓ ଏଜେଣ୍ଟମାନେ କଳା ବ୍ୟାଚ୍ ପିନ୍ଧି ଓ କଳା ପତାକା ଦେଖାଇ ସାହାରା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ସୁବ୍ରତ ରାୟଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଜମାକାରୀମାନଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କାର ଜମା ଟଙ୍କା ହଡପ କରି ସୁବ୍ରତ ରାୟ କୋର୍ଟ ଓ ଆରବିଆଇର ଦ୍ୱାହି ଦେଇ ଟଙ୍କା ଫେରାଉନଥିବା ଜମାକାରୀ ଓ ଏଜେଣ୍ଟ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଏଜେଣ୍ଟ ଓ ଜମାକାରୀମାନେ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି ।
You Can Read :
Related Posts
ରେଳ ଲାଇନ୍ରେ ଖସିଲା ମାଟି ଅତଡା, ୩ ଦିନ ହେଲା ରେଳ ଚଳାଚଳ ବାଧାପ୍ରାପ୍ତ
26 September 2023
ଭାଇ-ଭଉଣୀ କରୁଥିଲେ ବ୍ରାଉନସୁଗାର କାରବାର, ମାଡିବସିଲା ଅବକାରୀ ବିଭାଗ
26 September 2023