scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୋସିଆଲ ମିଡିଆରେ ଭାଇରାଲ ହେଉଛି ସାଗରିକା ଘୋଷଙ୍କ ୬ ବର୍ଷ ପୁରୁଣା ଟ୍ୱିଟ୍‌, ଏବେ ଦେଲେ ସ୍ପଷ୍ଟିକରଣ

13/02/2024 at 5:06 PM

କୋଲକାତା ୧୩।୨: ତୃଣମୂଳ କଂଗ୍ରେସ (ଟିଏମସି) ଦ୍ୱାରା ରାଜ୍ୟସଭା ପ୍ରାର୍ଥୀ ଘୋଷିତ ସାଗରିକା ଘୋଷଙ୍କ ଏକ ପୁରୁଣା ଟ୍ୱିଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଟ୍ୱିଟ୍‌ରେ ସେତେବେଳେ ସାମ୍ବାଦିକ ଥିବା ସାଗରିକା କୌଣସି ରାଜନୈତିକ ଦଳରୁ ଟିକେଟ୍ ନେବେନି ବୋଲି ଉଲ୍ଲେଖ କରିଥିଲେ। ଏବେ ଟିଏମସିରୁ ତାଙ୍କୁ ରାଜ୍ୟସଭା ଟିକେଟ୍ ମିଳିବା ପରେ ସାଗରିକା ସେ ସମ୍ପର୍କରେ ସ୍ପଷ୍ଟିକରଣ ଦେଇଛନ୍ତି। କହିଛନ୍ତି ସେ  ଏଥିପାଇଁ ୩ ବର୍ଷ ସମୟ ନେଇଥିଲେ। 

ସାଗରିକା ଲେଖିଛନ୍ତି ଯେ ମୁଁ କୌଣସି ରାଜନୈତିକ ଦଳରେ ଯୋଗ ଦେବାକୁ ରାତାରାତ ନିଷ୍ପତ୍ତି ନେଇ ନାହିଁ। ସେ କହିଛନ୍ତି ଯେ ମୋର ୬ ବର୍ଷ ପୁରୁଣା ଟ୍ୱିଟ୍‌ ଏବେ ସୋସିଆଲ ମିଡିଆରେ  ବୁଲୁଛି। ତେବେ ସେତେବେଳେ ମୁଁ ଜଣେ ୱାର୍କିଂ ଜର୍ଣ୍ଣାଲିଷ୍ଟ ଥିଲି ଓ ମୁଁ ଯଦି ରାତାରାତ କୌଣସି ରାଜନୈତିକ ପାର୍ଟିରେ ଯୋଗ ଦେଇଥାନ୍ତି ତେବେ ଏହା ଠିକ କଥା ହୋଇ ନଥାନ୍ତା। ମୁଁ ୨୦୨୦ ମସିହାରେ ପୂର୍ଣ୍ଣକାଳୀନ ସାମ୍ବାଦିକତାରୁ ଅବସର ନେଇଥିଲି ଓ ଗତ ୩ ବର୍ଷ ହେଲା ଫ୍ରିଲାନ୍ସ କଲମନିଷ୍ଟ ଭାବେ କାମ କରୁଛି।

ଏଣୁ ସାର୍ବଜନିକ ଜୀବନରେ ଆସିବା ପୂର୍ବରୁ ମୁଁ ୩ ବର୍ଷ ସମୟ ନେଇଥିଲି। ଆଜିର ସମୟରେ ଏକଛାତ୍ରବାଦୀ ମୋଦି ସରକାର ଯେତେବେଳେ କୌଣସି ସଂସ୍ଥାକୁ ସ୍ୱାଧୀନ ରଖି ନାହାନ୍ତି ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ମୁଁ ଟିଏମସି ସହିତ ଯିବାକୁ ନିଷ୍ପତ୍ତି କଲି। ସାଗରିକା ଘୋଷ ତାଙ୍କ ପୁରୁଣା ଟ୍ୱିଟ୍‌ରେ ସେ କୌଣସି ଦଳର ରାଜ୍ୟସଭା, ପିଏସ୍ ଅଥବା ସିଏସ୍ ଟିକେଟ୍ ନେବେ ନାହିଁ ବୋଲି ଉଲ୍ଲେଖ କରିଥିଲେ। ଏ ନେଇ ସେ ଗ୍ୟାରେଣ୍ଟି ମଧ୍ୟ ଦେଇଥିଲେ, କହିଥିଲେ ଏ କଥା ମୁଁ ଲେଖିକି ମଧ୍ୟ ଦେଇପାରେ।

ସେତେବେଳେ ସେ ଟ୍ୱିଟ୍‌ରେ ତାଙ୍କ କଥାକୁ ସେଭ୍ କରି ରଖନ୍ତୁ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ। ଏହି ଟ୍ୱିଟ୍‌କୁ ନେଇ ସାଗରିକା ଘୋଷ ମଙ୍ଗଳବାର ତାଙ୍କର ସଫେଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଟିଏମସି ନିକଟରେ ରାଜ୍ୟସଭା ନିମନ୍ତେ ୪ ଜଣଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଯେଉଁଥିରେ ଲାଗରିକା ଘୋଷଙ୍କ ନାମ ମଧ୍ୟ ରହିଛି। ତେବେ ସାଗରିକା ଜଣେ ଏପରି ପ୍ରାର୍ଥୀ ଯିଏ ଟିଏମସିର ପ୍ରାଥମିକ ସଦସ୍ୟ ମଧ୍ୟ ନଥିଲେ। ଟିଏମସିର ଏହି ଘୋଷଣା ପରେ ସାଗରିକଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।   

   Related Posts