ସାଫ୍‌ ଚାମ୍ପିଅନସିପ୍‌: ପଡ଼ିଆ ଭିତରେ ଦୁଇ ଦେଶର ଖେଳାଳି ମୁହାଁମୁହିଁ, ଉଭୟ ଦେଶର ଖେଳାଳିଙ୍କୁ ରେଡ୍ କାର୍ଡ

Published By : Prameya-News7 Bureau | August 02, 2022 IST

ଭୁବନେଶ୍ୱର, ୦୨/୦୮: ପଡ଼ିଆ ଭିତରେ ଦୁଇ ଦେଶର ଖେଳାଳି ମୁହାଁମୁହିଁ । ବାଂଲାଦେଶ ଓ ନେପାଳ ମଧ୍ୟରେ ଚାଲିଥିବା ମ୍ୟାଚରେ ରେଫେରୀଙ୍କ ନିଷ୍ପତିକୁ ନେଇ ପଡିଆରେ ୨ଦଳର ଖେଳାଳିଙ୍କ ମଧ୍ୟରେ ମାରପିଟ ହୋଇଥିବା ଦେଖିବାକୁ ମିଳିଛି । ଉଭୟ ଖେଳାଳିଙ୍କ ମଧ୍ୟରେ ଠେଲାପେଲା ହୋଇଥିବା ବେଳେ ଉଭୟ ଦେଶର ଖେଳାଳିଙ୍କୁ ରେଡ କାର୍ଡ ମିଳିଛି

ସୂଚନା ଥାଉକି ପୁରୁଷ ୨୦ ବର୍ଷରୁ କମ୍‌ ଦକ୍ଷିଣ ଏସିଆ ଫୁଟବଲ୍‌ ଫେଡେରେସନ୍‌ (ସାଫ୍‌) ଚାମ୍ପିଅନସିପ୍‌ର ଚତୁର୍ଥ ସଂସ୍କରଣ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜୋନ ହୋଇଛି । ସର୍ବଭାରତୀୟ ଫୁଟବଲ୍‌ ସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଏହାର ଆୟୋଜନ ହୋଇଛି । ଏହି ଚାମ୍ପିଅନସିପ୍‌ ଆସନ୍ତା ଜୁଲାଇ ୨୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୫ ତାରିଖରେ ଶେଷ ହେବ ।

ପୂର୍ବରୁ ଭୁବନେଶ୍ୱର ଭେନ୍ୟୁ ତାଲିକାରେ ନଥିଲା । ଶେଷ ମୁହୂର୍ତ୍ତରେ କଳିଙ୍ଗ ଷ୍ଟାଡିୟମକୁ ଭେନ୍ୟୁ ଭାବେ ଘୋଷଣା କରାଯାଇଥିଲା । ମୋଟ୍‌ ୫ଟି ଦଳ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ସେମାନେ ହେଲେ ଆୟୋଜକ ଭାରତ, ଶ୍ରୀଲଙ୍କା, ନେପାଳ, ବାଂଲାଦେଶ ଓ ମାଳଦ୍ୱୀପ । ଗତ ବର୍ଷ ୭ ତାରିଖରେ ଫିଫା ପାକିସ୍ତାନ ଫୁଟବଲ ଫେଡେରେସନ୍‌କୁ ବାସନ୍ଦ କରିଥିଲା । ତେଣୁ ପାକିସ୍ତାନ ଏହି ସଂସ୍କରଣରେ ଭାଗ ନେଇ ପାରି ନାହିଁ । ପ୍ରଥମ ଥର ପୁରୁଷ ବର୍ଗରେ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଛି । ଯଦିଓ ପୂର୍ବରୁ ମହିଳା ବର୍ଗରେ ଗୋଲ୍ଡ କପ୍‌ ୨୦୧୯ରେ ଖେଳାଯାଇଥିଲା । ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟର ଭାରତ-କାତାର ମ୍ୟାଚ୍‌ ଭୁବନେଶ୍ୱରରେ ଖେଳାଯିବାର ଥିଲା । କିନ୍ତୁ ମହାମାରୀ ଯୋଗୁ ଶେଷରେ ଏହି ମ୍ୟାଚ୍‌ ଆୟୋଜନ ସମ୍ଭବ ହୋଇପାରି ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.