ମହିଳା କର୍ମଚାରିଙ୍କ ସୁରକ୍ଷା ପ୍ରସଙ୍ଗ: ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରିତାକୁ ନେଇ ମାମଲା ଦାୟର
9/12/2022 at 10:00 PM

କଟକ ୦୯/ ୧୨: କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଜାରି କରିଛନ୍ତି। ତାର କାର୍ଯ୍ୟକାରୀତାକୁ ନେଇ ତା ଉପରେ ଅଭିଯୋଗ ରିପୋର୍ଟ ଦାଖଲ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। କର୍ମଜୀବି ମହିଳାଙ୍କ ସୁରକ୍ଷା ପାଇଁ ୨୦୧୨ରେ କଡ଼ା ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ।
ପ୍ରତ୍ୟକ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିବା, ଓ ମହିଳାଙ୍କ ସୁରକ୍ଷା ନେଇ କୋର୍ଟଙ୍କ ନିର୍ଦ୍ଦେଶାବଳିକୁ ସୂଚନା ଫଳକରେ ସ୍ଥାନିତ କରିବା ପାଇଁ ସର୍ବୋଚ୍ଚ ନିର୍ଦ୍ଦେଶ ଦେଇଥିଲେ। ମାତ୍ର, ଏହି ଆଦେଶ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରି ଆଇନଜୀବି ପ୍ରିୟତ ପ୍ରଜ୍ଞା ତ୍ରିପାଠୀ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି। ଏପ୍ରିଲ ୪ରେ ଏହାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।