ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ପରିବହନ ବିଭାଗ ଆରମ୍ଭ କରିବ ସେଫ୍ ସ୍କୁଲ ଜୋନ୍ କାର୍ଯ୍ୟକ୍ରମ

Published By : Prameya-News7 Bureau | November 29, 2018 IST

ଭୁବନେଶ୍ବର ୨୯|୧୧: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଘଟଣାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ । କ୍ରାଇମବ୍ରାଞ୍ଚ ରେକର୍ଡ ଅନୁସାରେ ୨୦୧୭ ମସିହାରେ ଓଡ଼ିଶାରେ ୩୪୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି କଟକ, ଭୁବନେଶ୍ବରରେ ୩ଟି ଲେଖାଏଁ ସ୍କୁଲର ସେଫ୍ ସ୍କୁଲ ଜୋନ୍ ପ୍ରକଳ୍ପ ଆରମ୍ଭ ହେବ । … ଦୁର୍ଘଟଣାରେ  ରାଜ୍ୟରେ ବଢୁଛି ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ । କ୍ରାଇମବ୍ରାଞ୍ଚ ରେକର୍ଡ କହୁଛି ୨୦୧୭ ମସିହାରେ ଓଡ଼ିଶାରେ ୩୪୬ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୨୬୪ ଜଣ  ନାବାଳକ ଓ ୮୨ ଜଣ  ନାବାଳିକା ଅଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ । ସେହିପରି ଦୁର୍ଘଟଣାରେ ୮୫୮ ଜଣ ନାବାଳକ ଆହତ  ହୋଇଥିବା ବେଳେ ୨୩୨ ଜଣ ନାବାଳିକା ଅଛନ୍ତି । ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସେଫ୍ ସ୍କୁଲ ଜୋନ୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ରାଜ୍ୟ ପରିବହନ ବିଭାଗ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଓ କଟକରେ ୩ଟି ଲେଖାଏଁ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ସେଫ୍ ସ୍କୁଲ୍ ଜୋନ୍ ପ୍ରକଳ୍ପ ଅନୁଯାୟୀ ସ୍କୁ୍ଲ ନିକଟରେ କିଭଳି ଦୁର୍ଘଟଣା ନଘଟିବ ତା ଉପରେ ଗୁରୁତ୍ବ ଦିଆଯିବ । ବିଶେଷ କରି ସ୍କୁଲ୍ ଆରମ୍ଭ ଛୁଟି ବେଳେ ପିଲାମାନେ କିଭଳି ପ୍ରବେଶ ବା ପ୍ରସ୍ଥାନ କରିବେ ସେ ସମ୍ପର୍କରେ ଛାତ୍ରଛାତ୍ରୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରଶିକ୍ଷଣ ଦିଆଯିବ ଏହା ସହ ସ୍କୁଲ ଏରିଆ ନିକଟରେ ଟ୍ରାଫିକ୍ କଟକଣା ନେଇ ସ୍ପଷ୍ଟ ସାଇନେଜ୍ ରହିବ ଏହା ବ୍ୟତୀତ ଛୁଟି ସମୟରେ ରାସ୍ତାରେ ସ୍କୁଲ୍ ଟ୍ରାଫିକ୍ ମାର୍ଶାଲ ରହିବେ । ଯେଉଁମାନେ ପିଲାମାନଙ୍କୁ ନିରାପଦରେ ରାସ୍ତା ପାରି କରାଇବେ । ସେହିପରି ସ୍କୁଲ ବସ୍ ଗୁଡିକ କିଭଳି ନିରାପଦରେ ପିଲାମାନଙ୍କୁ ନେବା ଆଣିବା କରିବେ, ତା ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ନବମ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ରୋଡ୍ ସେଫ୍ଟି ବାବଦରେ ବିଷୟ ମଧ୍ୟ ଆରମ୍ଭ କରାଯିବ   ସ୍କୁଲ୍ କୁ ବାଇକ୍ ବା ସ୍କୁଟି ନେଇ ଆସୁଥିବା ପିଲାମାନଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ନଥିଲେ କିମ୍ବା ହେଲମେଟ୍ ନଥିଲେ ସେମାନଙ୍କୁ ସ୍କୁଲ୍ ପାର୍କିଂ ସ୍ଥାନରେ ଗାଡି ରଖିବାକୁ ଅନୁମତି ନଦେବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.