ନୂଆଦିଲ୍ଲୀ୨୧/୧୧: ବିଜେପି ନେତା ତଥା ଭୋପାଳର ବିବାଦୀୟ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କମିଟିରେ ସାମିଲ ।୨୧ ସଦସ୍ୟ ବିଶିଷ୍ଟ ଏହି ପାନେଲରେ ନେତୃତ୍ୱ ନେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହାସହ ବିରୋଧୀ ନେତା ଫାରୁକ୍ ଅବଦୁଲ୍ଲା, ତୃଣମୂଳ କଂଗ୍ରେସର ସୌଗତ ରାୟ, ଡିଏମକେର ଏ. ରାଜା ଏବଂ ଏନସିପିର ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ଏହି କମିଟିରେ ସାମିଲ ହୋଇଛନ୍ତି।
ସାଧ୍ୱୀ ପ୍ରଜ୍ଞା ୨୦୧୯ ଲୋକସଭା ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ବହୁ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। ଅଧିକାଂଶ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଚର୍ଚ୍ଚାରେ ରହିଥାଆନ୍ତି। ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ମଧ୍ୟ ସେ ଅନ୍ୟତମ ଅଭିଯୁକ୍ତ । ତେବେ ସାଧ୍ୱୀ ପ୍ରଜ୍ଞାଙ୍କୁ ଏହି କମିଟିରେ ସାମିଲ କରିଥିବାରୁ ବିଜେପି ସମାଲୋଚନାର ସମ୍ମୁଖୀନ ହୋଇଛି ।