Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ପତଞ୍ଜଳି କନ୍ୟା ଗୁରୁକୂଳମର ତୃତୀୟ ମହଲରୁ ଡେଇଁ ସାଧ୍ୱୀଙ୍କ ଆତ୍ମହତ୍ୟା, ସୂଇସାଇଡ୍ ନୋଟ୍ ଜବତ

3/10/2021 at 5:57 PM

ହରିଦ୍ୱାର ୦୩/୧୦ : ହରିଦ୍ୱାର ପତଞ୍ଜଳି କନ୍ୟା ଗୁରୁକୂଲମରେ ଜଣେ ସାଧ୍ବୀ ଆତ୍ମହତ୍ୟା କରିଛନ୍ତି। ସେ ବିଲଡିଂର ତୃତୀୟ ମହଲରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ୨୪ ବର୍ଷୀୟ ଏହି ଯୁବତୀଙ୍କ ଘର ମଧ୍ୟ ପ୍ରଦେଶର ଦେବାଙ୍ଗରେ। ପୋଲିସକୁ ଘଟଣାସ୍ଥଳରୁ ସୂଇସାଇଡ ନୋଟ ମଧ୍ୟ ମିଳିଛି। ସୂଇସାଇଡ ନୋଟରେ ଜୀବନରେ ହତାଶ ହୋଇପଡିଥିବା ଲେଖା ହୋଇଛି। ବହାଦାରବାଦ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି। ସାଧ୍ବୀଙ୍କ ଆତ୍ମହତ୍ୟା ପରେ ଗୁରୁକୂଲମରେ ଚାଞ୍ଚଲ୍ୟ ଖେଳି ଯାଇଛି।

ବହାଦାରବାଦ ଟ୍ରେନି ଡେପୁଟି ଏସପି ପରଭେଜ ଅଲି କହିଛନ୍ତି ଯେ ସୂଇସାଇଡ ନୋଟ ସ୍ପଷ୍ଟ ନାହିଁ। ସେଥିରେ ଭକ୍ତି ସମ୍ପର୍କରେ ଲେଖାଯାଇଛି, ଈଶ୍ୱରଙ୍କ ମଧ୍ୟରେ ଲୀନ ହୋଇଯିବା କଥା ମଧ୍ୟ ଲେଖାଯାଇଛି। ଆତ୍ମହତ୍ୟା ସମ୍ପର୍କରେ ଯୁବତୀଙ୍କ ଘରଲୋକଙ୍କୁ ସୂଚନା ଦିଆଯାଇଛି। ମାମଲା ପତଞ୍ଜଳି ଭିତରର। ଘରଲୋକ ଆସିବା ପରେ ଶବ ବ୍ୟବଛେଦ କରାଯିବ।

   Related Posts