ସମାଧିରୁ ବାହାରକୁ ଆସିବେ ଗୁରୁମା! ସାଧ୍ୱୀ ଆଶୁତୋଷାମ୍ବରୀଙ୍କ ଶିଷ୍ୟ କରୁଛନ୍ତି ପ୍ରତ୍ୟାବର୍ତ୍ତନର ପ୍ରସ୍ତୁତି

Published By : Prameya-News7 Bureau | February 15, 2024 IST

ଲକ୍ଷ୍ନୌ ୧୫।୨: ଆସ୍ଥା, ବିଶ୍ୱାସ ଓ ଭକ୍ତିର ଏକ ଉଦାହରଣ ଏବେ ଦେଖିବାକୁ ମିଳୁଛି ଲକ୍ଷ୍ନୌର ଆନନ୍ଦ ଆଶ୍ରମରେ, ଯେଉଁଠି ସାଧ୍ୱୀ ଆଶୁତୋଷାମ୍ବରୀ ନିଜେ ସମାଧିସ୍ଥ ହୋଇଛନ୍ତି। ସାଧ୍ୱୀ ସମାଧି ନେବାର ଇତିମଧ୍ୟରେ ୧୯ ଦିନ ବିତିଗଲାଣି। ଏଥିରେ ଏବେ ତାଙ୍କ ଶିଶ୍ୟମାନେ ଦାବି କରୁଛନ୍ତି ଯେ ସେ ୨୮ ଫେବୃଆରୀ ଅଥବା ଏହା ପୂର୍ବରୁ ସମାଧିରୁ ବାହାରକୁ ଆସିଯିବେ। ଏଥି ପାଇଁ ସେମାନେ ଆଶ୍ରମରେ ଏବେ ଗୁରୁମାଙ୍କ ପ୍ରତ୍ୟାବର୍ତ୍ତନର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

{"id":909593,"width":842,"height":632,"sizeSlug":"full","linkDestination":"none"}

ସାଧ୍ୱୀଙ୍କ ଶିଶ୍ୟମାନେ ପ୍ରସ୍ତୁତି ରୂପେ ସମଗ୍ର ଆଶ୍ରମକୁ ଫୁଲରେ ସଜାଉଛନ୍ତି ଓ ଲଗାତାର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଛନ୍ତି। ଏହି ପ୍ରସ୍ତୁତିରେ ଆଶ୍ରମକୁ ବିଶେଷ ପ୍ରକାର ଆଲୋକରେ ସଜାଇବାକୁ ମଧ୍ୟ ଅର୍ଡର ଦେଇଛନ୍ତି। ଆଶ୍ରମର ଲୋକେ କହିଛନ୍ତି ଯେ ଯେବେ ଗୁରୁମା ସମାଧିରୁ ବାହାରକୁ ଆସିବେ ସେତେବେଳେ ଆଶ୍ରମ ବୋହୂ ଭଳି ସଜ ହୋଇଥିବ। ଆଶ୍ରମକୁ ସଜାଇବା ପାଇଁ ଯେଉଁ ଫୁଲ ଓ ଲାଇଟବାଲାକୁ ଅର୍ଡର ଦିଆଯାଇଛି ସେମାନଙ୍କୁ ଆଶ୍ରମର ପ୍ରତ୍ୟେକ ଗଳିକୁ ଗେଣ୍ଡୁ ଓ ଗୋଲାପ ଫୁଲରେ ସଜେଇବାକୁ କୁହାଯାଇଛି।

{"id":909594,"sizeSlug":"full","linkDestination":"none"}

ଏହି ସାଜସଜ୍ଜା କାମ ଫେବୃଆରୀ ୨୬ ତାରିଖ ସୁଧା ଶେଷ ହେବ। ଆଲୋକ ଓ ଫୁଲ ବ୍ୟତୀତ ସମଗ୍ର ଆଶ୍ରମକୁ ଦୀପରେ ସଜାଯିବ। ଶିଶ୍ୟମାନେ କହିଛନ୍ତି ଯେ ସମାଧିରୁ ଗୁରୁମାଙ୍କ ପ୍ରତ୍ୟାବର୍ତ୍ତନକୁ ଆମେ ଦୀପାବଳି ଭଳି ପାଳନ କରିବୁ। ସାଧ୍ୱୀ ଆଶୁତୋଷାମ୍ବରୀ ସମାଧିକୁ ଯାଇଥିବା ବେଳେ ଆନନ୍ଦ ଆଶ୍ରମର ବାବା ମହାଦେବ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସାଧ୍ୱୀ ମା ସମାଧିକୁ ଯିବା ପୂର୍ବରୁ ତାଙ୍କ ଶିଶ୍ୟମାନଙ୍କୁ ମାସକ ଭିତରେ ଫେରିଆସିବେ ବୋଲି କହିଥିଲେ। ଏଣୁ ଶିଶ୍ୟମାନେ ଆଶା କରୁଛନ୍ତି ଗୁରୁମା ୨୮ ଫେବୃଆରୀ ସୁଧା ସମାଧିରୁ ଫେରିଆସିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.