ନୀଳଗିରି ୨୦।୭: ବାଲେଶ୍ୱର ଜିଲ୍ଲା ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ତିନୋଟି ପୃଥକ ପୃଥକ ଟିମ୍ ତଦନ୍ତ କରୁଛି । ଏହି ସମୟରେ ଛାତ୍ରୀଙ୍କ ବାପା ଆଇସିସିକୁ ପୂର୍ବରୁ ଲେଖିଥିବା ଏକ ଚିଠି ସାମ୍ନାକୁ ଆସିଛି । ଏହି ଚିଠିକୁ ନେଇ ଏବେ ରାଜନୀତି ଜୋର ଧରିଥିବା ବେଳେ ମୁହଁ ଖୋଲିଛନ୍ତି ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ । ସେ କହିଛନ୍ତି, କାହା ଉପରକୁ ଆଙ୍ଗୁଠି ଉଠାଇବା ଆଗରୁ ସତ୍ୟତା ପରଖିବା ଦରକାର । ଏହି ଚିଠି ୭ ତାରିଖରେ ମୃତକଙ୍କ ବାପା ଆଇସିସିଙ୍କୁ ଦେବାର ଅର୍ଥ ସେ ପୋଲିସକୁ କିଛି ଅଭିଯୋଗ କରିନାହାନ୍ତି । ଆଡ଼ିସନାଲ ଏସ୍ପି ତାଙ୍କୁ ଫୋନ୍ ମାଧ୍ୟମରେ ଗତ ୩୦ତାରିଖରେ ଖବର ଦେଇଥିଲେ । ପୋଲିସ ଅଭିଯୋଗ ନପାଇ କେଶ କରିନଥିଲା ଖାଲି ନିଜ ଆଡୁ ଷ୍ଟେସନ ଡାଏରୀ କରିଥିଲା । ସେ ଝିଅ ମଧ୍ୟ ମୋ ପାଖକୁ ଆଦୌ ଆସିନଥିଲା କି ଅଭିଯୋଗ କରିନଥିଲା ।
ଭୋଗରାଇ ବିଧାୟକ ଯେଉଁ ଅଭିଯୋଗ ଆଣିଛନ୍ତି ତା ଉପରେ ସେ କହିଛନ୍ତି, ଝିଅର ବାପା ତାଙ୍କର ଯଦି ବନ୍ଧୁ ତାହେଲେ ଏତେ ବଡ଼ ଘଟଣା କିପରି ଜାଣିପାରିଲେ ନାହିଁ । ଅନ୍ୟକୁ ଦୋଷ ଦେବା ଆଗରୁ ନିଜକୁ ବି ସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ମାନସ ଦତ୍ତ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଇସିସି ଟିମ୍କୁ ଗତ ୭ ତାରିଖରେ ମୃତକଙ୍କ ବାପା ଏକ ଚିଠି ମାଧ୍ୟମରେ ଝିଅ ବିଷୟରେ ନିବେଦନ କରିଥିଲେ । ସେଥିରେ ତାଙ୍କର ଝିଅ କଲେଜରେ ଅନୁପସ୍ଥିତର କାରଣ ମଧ୍ୟ ଉଲ୍ଲେଖ କରିଥିଲେ । ଗତ ୩୦ ତାରିଖରେ ଫୋନ୍ ମାଧ୍ୟମରେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଝିଅଙ୍କୁ ପରୀକ୍ଷା ଦେବାରୁ ବାରଣ କରାଯାଇଛି ଓ ତାଙ୍କୁ ଆଇସିସି ଟିମ୍ ଆଗରେ ଉପସ୍ଥିତ ହେବାକୁ କୁହାଯାଇଛି । ମା’ଙ୍କ ଅପରେସନ ପାଇଁ ଝିଅ ୨୦/୨୨ ଦିନ କ୍ଲାସ୍ରେ ଅନୁପସ୍ଥିତ ଥିବା ବାପା ଚିଠିରେ ଉଲ୍ଲେଖ କରିଥିଲେ । ଏପରିକି ଏଚଓଡ଼ି ତାଙ୍କୁ ବିରକ୍ତି ପ୍ରକାଶ କରି ଧମକ ଚମକ ଦେଉଥିବା ମଧ୍ୟ ସେ ଚିଠିରେ ଲେଖିଥିଲେ । ତାର ଦୋଷତ୍ରୁଟି କ୍ଷମା କରି ତାଙ୍କୁ କୋର୍ସ ସାରିବାକୁ ସେ ନିବେଦନ ମଧ୍ୟ କରିଥିଲେ ।
You Can Read:
ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର, ରକ୍ତଚାପ ପୂର୍ବଦିନ ଅପେକ୍ଷା ସାମାନ୍ୟ ରହିଛି