ଅଜଣା ଗାଡି ଧକ୍କାରେ ଜଣେ ମୃତ, ତିନି ଆହତ

Published By : Prameya-News7 Bureau | March 24, 2020 IST

ଅନୁଗୁଳ ୨୪।୦୩: ଅଜଣା ଗାଡି ଧକ୍କାରେ ଜଣେ ମୃତ ସହ ତିନି ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ରେଢ଼ାଖୋଲ ର ନୀଳମଣି ବେହେରା। ଆହତ ନୀଳମଣି ଙ୍କ ସ୍ତ୍ରୀ ଏବଂ ଦୁଇ ଝିଅ ଅନଗୁଳ ମେଡିକାଲ ରେ ଭର୍ତ୍ତି।

ସୂଚନାଯୋଗ୍ୟ ଯେ, ନୀଳମଣି ତାଙ୍କ ପରିବାର ସଦସ୍ୟଙ୍କ ସହ ବାଇକରେ ଜିନ୍ଦଲ ରୁ ରେଢ଼ାଖୋଲ କୁ ଯାଉଥିଲେ। NH55 ଜରପଡା ନିକଟରେ ଅଜଣା ଗାଡି ଧକ୍କା ଦେଇ ପଳାଇ ଯାଇଛି। ନୀଳମଣିଙ୍କ ମୃତଦେହ ଏବେ ଅନୁଗୁଳ ମେଡିକାଲରେ ରହିଛି।ଶବ ବ୍ୟବେଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.