ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ନିଶାନ ସାହିବର ଅପମାନକୁ ନେଇ ୨ ଦିନରେ ୨ ହତ୍ୟା: ଅମୃତସର ପରେ କପୁରଥଲାରେ ଯୁବକକୁ ପିଟି ପିଟି ହତ୍ୟା

19/12/2021 at 3:09 PM

ଅମୃତସର ୧୯/୧୨ : ଅମୃତସର ଦରବାର ସାହିବରେ ଶନିବାର ଦିନ ଗୁରୁ ଵ୍ରଣଠା ସାହିବର ଅପମାନ ମାମଲାରେ ଅଭିଯୁକ୍ତକୁ ପିଟିପିଟି ହତ୍ୟା ପରେ ରବିବାର ଦିନ କପୁରଥଲାରେ ଅପମାନ ମାମଲା ସାମ୍ନାକୁ ଆସିଛି। କପୁରଥଲାରେ ମଧ୍ୟ ଅଭିଯୁକ୍ତକୁ ପିଟି ପିଟି ହତ୍ୟା କରାଯାଇଛି। କପୁରଥଲାର ନିଜାମପୁର ଗାଁ ଥାନା ସାମ୍ନାରେ ଥିବା ଗୁରୁଦ୍ୱାରା ସାହିବରେ ଥିବା ନିଶାନ ସାହିବର ରବିବାର ଭୋର ୪ଟା ସମୟରେ ଅପମାନ କରିବାକୁ ଚେଷ୍ଟା କରାଯାଇଥିଲା। ଗୁରୁଦ୍ୱାରା ସାହିବରେ ପାଠ କରିବାକୁ ଯାଇଥିବା ଲୋକ ଜଣେ ବ୍ୟକ୍ତି ଅବମାନନା କରୁଥିବା ଦେଖି ତାକୁ ଧରି ମାଡ ମାରିଥିଲେ। ପୋଲିସ ଶିଖମାନଙ୍କ କବଜାରୁ ବ୍ୟକ୍ତିକୁ ଉଦ୍ଧାର କରି ଏକ କୋଠରୀରେ ବନ୍ଦ କରିଦେଲା। ଉତ୍ୟକ୍ତ ଗ୍ରାମବାସୀ ଝରକା ଭାଙ୍ଗି ପୋଲିସ ସାମ୍ନାରେ ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ। ଉତ୍ତେଜନା ବୃଦ୍ଧି ପାଉଥିବା ଦେଖି ପୋଲିସ ଶୂନ୍ୟରେ ଫାଇରିଙ୍ଗ କରିଥିଲା। 

ଗୁରୁଦ୍ୱାରାରେ ଉପସ୍ଥିତ ଥିବା ଲୋକେ କହିଛନ୍ତି ଯେ ବ୍ୟକ୍ତି ଜଣକ କହିଥିଲେ ଯେ ତାଙ୍କର ୯ ଜଣିଆ ଟିମ ଦିଲ୍ଲୀରୁ ଆସିଛନ୍ତି। ସେ କହିଥିଲେ ଯେ ତାଙ୍କ ଭଉଣୀ ମଧ୍ୟ ସାହିବର ଅପମାନ କରିବାକୁ ଆସିଛି। କିନ୍ତୁ ଯୁବକ ଜଣକ ନିଜର କିମ୍ବା ନିଜ ଭଉଣୀର ନାଁ କହିନଥିଲେ। ଗ୍ରାମବାସୀ ଯୁବକକୁ ମାରପିଟ କରି ଓ ପରେ ବୁଝାଇବାକୁ ଚେଷ୍ଟା କରିଥିଲେ। ଯୁବକ କହିଥିଲେ ଯେ ତାଙ୍କୁ ଶିବା ନାମକ ଜଣେ ବ୍ୟକ୍ତି ପଠାଇଛନ୍ତି।

ଏହା ପୂର୍ବରୁ ଶନିବାର ଦିନ ଅମୃତସରରେ ଗୁରୁ ଗ୍ରନ୍ଥ ସାହିବର ଅପମାନ କରିବାରୁ ଶ୍ରୀ ହରମନ୍ଦିର ସାହିବରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିଲା। ବିଳମ୍ବିତ ରାତି ଯାଏଁ ଯୁବକର ପରିଚୟ ମିଳିନଥିଲା। ଶିରୋମଣି ଗୁରୁଦ୍ୱାରାର ପ୍ରବନ୍ଧକ କମିଟି ଦାବି କରିଛି ଯେ ଗୁରୁ ଗ୍ରନ୍ଥ ସାହିବର ଅପମାନ ଦେଖି ଲୋକେ ଉତ୍ୟକ୍ତ ହୋଇଯାଇଥିଲେ। ସ୍ଥିତି ନିୟନ୍ତ୍ରଣ କରିବାକୁ ଶ୍ରୀ ହରମନ୍ଦିର ସାହିବ ଆଖପାଖରେ ପୋଲିସବଳ ନିୟୋଜିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଘଟଣାକୁ ନେଇ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।

   Related Posts