‘କଷ୍ଟୋଡିୟଲ ଡେଥ’ ମାମଲାରେ ରାଜସ୍ଥାନ କୋର୍ଟଙ୍କ ଯୁଗାନ୍ତକାରୀ ରାୟ, ଆଇପିଏସ୍ ଅଫିସର ସଞ୍ଜୀବ ଭଟ୍ଟଙ୍କୁ ଆଜୀବନ ଜେଲଦଣ୍ଡାଦେଶ

Published By : Prameya-News7 Bureau | June 20, 2019 IST

ଜାମନଗର:  ରାଜସ୍ଥାନ ଜାମନଗର କୋର୍ଟ ଗୁରୁବାର ଏକ ହାଜତ ମୃତ୍ୟମାମଲାରେ ଯୁଗାନ୍ତକାରୀ ରାୟ ଦେଇଛନ୍ତି। ଏଥି ପାଇଁ ଦାୟୀ ଆଇପିଏସ୍ ଅଫିସର ସଞ୍ଜୀବ ଭଟ୍ଟଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଣ୍ଡାଦେଶ କରିଛନ୍ତି। ଦେଶରେ କଷ୍ଟୋଡିୟଲ ଡେଥ ମାମଲାରେ ପୋଲିସ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯିବାର ଏହା ପ୍ରଥମ ଘଟଣା ହୋଇଥିବା ବେଳେ ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ପୋଲିସ କନଷ୍ଟେବଲ ପ୍ରବୀଣ ସିଂ ଝାଲାକୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ମାମଲାର ଅନ୍ୟ ୫ ଅଭିଯୁକ୍ତଙ୍କ ସମ୍ପର୍କରେ କୋର୍ଟ ପରେ ରାୟ ପ୍ରକାଶ କରିବେ ବୋଲି  ଘୋଷଣା କରିଛନ୍ତି। 

{"id":125178}

ମାମଲାରୁ ପ୍ରକାଶ ଯେ ୧୯୯୦ ମସିହାରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ସାରାଦେଶରେ ରଥଯାତ୍ରା ଆୟୋଜନ କରିଥିଲେ।  ଏଥିରେ ରାଜସ୍ଥାନ ଜାମନଗର ଜିଲ୍ଲାରେ ମଧ୍ୟ ତାଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ବେଳେ ଦଙ୍ଗା ସୃଷ୍ଟି ହେବା ଆଶଙ୍କା ଯୋଗୁ  ସାରା ଜିଲ୍ଲାରେ କର୍ଫ୍ୟୁ ଜାରୀ ହୋଇଥିଲା। ଏହି ସମୟରେ ଆଇପିଏସ ଅଫିସର ସଞ୍ଜୀବ ଭଟ୍ଟ ଜାମନଗରର ଜାମ ଯୋଧପୁର ତହସିଲରେ ଟ୍ରେନି ଅଫିସର ଅବସ୍ଥାପିତ ଥିଲେ। ଜିଲ୍ଲାରେ କର୍ଫ୍ୟୁଯୋଗୁ ସେତେବେଳେ ଭଟ୍ଟ ୧୭୭ ଜଣଙ୍କୁଗିରଫ କରିଥିଲେ। ଗିରଫ ଲୋକଙ୍କ ମଧ୍ୟରେ ପ୍ରଭୁଦାସ ମାଧବଜୀ ବୈଷ୍ଣବ ନାମଧାରୀ ଜଣେ ବ୍ୟକ୍ତି ମଧ୍ୟ ଥିଲେ। ପ୍ରଭୁଦାସଙ୍କୁ ସଞ୍ଜୀବଙ୍କ ସମେତ ୭ ଜଣ ପୋଲିସ ଅଧିକାରୀ ହାଜତରେ ନିର୍ଜାତନା ଦେଇଥିଲେ। ଫଳରେ ଗୁରୁତର ହୋଇପଡିଥିବା ପ୍ରଭୁଦାସ ପରେ ହସ୍ପିଟାଲରେ ପ୍ରାଣ ହରାଇଥିବା ବେଳେ ସଞ୍ଜୀବଙ୍କ ସମେତ ୭ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଥିଲା।

{"id":125179}

ଏହି ହତ୍ୟା ମାମଲାରେ ସଞ୍ଜୀବଙ୍କ ସମେତ ମମଲାର ତଦନ୍ତକାରୀ ଅଧିକାରୀ ଶୈଲେଶ ପାଣ୍ଡ୍ୟା ମଧ୍ୟ ଅଭିଯୁକ୍ତ ଅଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନିର ଧାରା ୩୦୨,୩୨୩, ୫୦୬, ୩୪ ଓ ୧୧୪ ଧାରା ପ୍ରମାଣିତ ହୋଇଥିବା ବେଳେ କୋର୍ଟ ସେମାନଙ୍କୁ ଆଜୀବନ କାରାଦଣ୍ଡାଦେଶ କରିଛନ୍ତି। ମାମଲାରେ କୋର୍ଟଙ୍କୁ ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ପୋଲିସ ୧ହଜାରଟି ପ୍ରମାଣ ସଂଗ୍ରହ କରିଥିଲା। ୩୨ ଜଣ ସାକ୍ଷଙ୍କ ବୟାନ ଯାଞ୍ଚପରେ କୋର୍ଟ ଏହି ରାୟ ଦେଇଛନ୍ତି।

{"id":125180}

୧୯୮୮ ମସିହାରେ ଭାରତୀୟ ପୋଲିସ ସେବାରେ ଯୋଗଦେଇଥିବା ସଞ୍ଜୀବ ଆଇଆଇଟି ମୁମ୍ବାଇରେ ଏମଟେକ୍ କରିଥିଲେ। ତେବେ ପୋଲିସ ଚାକିରୀ ପାଇଁ ଥିବା ଝୁଙ୍କ ଯୋଗୁ ସେ ପିଜି ପରେ ସିଭିଲ ସର୍ଭିସ ପରୀକ୍ଷା ଦେଇ ସଫଳତାର ସହ ଉତୀର୍ଣ୍ଣ ହେବା ସହ ଗୁଜରାଟ କ୍ୟାଡର ଆଇପିଏସ ଭାବେ ନିଯୁକ୍ତି ପାଇଥିଲେ। ଚାକିରୀ ଆରମ୍ଭ କରିବାର ମାତ୍ର ୨ ବର୍ଷ ପରେ ସଞ୍ଜୀବ ଏହି  ମାମଲାରେ ଛନ୍ଦି ହୋଇପଡିଥିଲେ ହେଁ କୋର୍ଟରେ ଅଭିଯୋଗ ପ୍ରମାଣିତ ହୋଇନଥିବାରୁ ଦୀର୍ଘ ୨୫ ବର୍ଷଧରି ଗୁଜୁରାଟର ବିଭିନ୍ନ ପୋଲିସ ୟୁନିଟ୍ ସମେତ ଜିଲ୍ଲା ଓ ପୋଲିସ କମିସନରେଟରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରୁଥିଲେ। ତେବେ ଗତ ୨୦୧୫ ମସିହାରେ ତାଙ୍କୁଚାକିରୀରୁ ବହିଷ୍କାର କରାଯିବା ପରେ ଗିରଫ କରାଯାଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.